ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଜାମ୍ମୁକାଶ୍ମୀର ପୁଲୱାଲା ସେକ୍ଟରରେ ଆତଙ୍କବାଦୀମାନେ ଏକ ସେନା ଟ୍ରକକୁ ଟାର୍ଗେଟ କରି ଆଇଡି ବିଷ୍ପୋରଣ କରିଛନ୍ତି । ଏହି ବିଷ୍ପୋରଣରେ ଜଣେ ଯବାନ ସହିଦ ହୋଇଥିବା ୩ ଯବାନ ଆହତ ହୋଇଛନ୍ତି । ଖବର ମୁତାବକ ଗତକାଲି ଅପରାହ୍ନରେ ଏହି ବିଷ୍ପୋରଣ ହୋଇଛି ।
୪ ଜଣ ଯବାନ ଏକ ଟ୍ରକରେ ଯାତ୍ରା କରୁଥିବା ବେଳେ ଏହି ବିଷ୍ପୋରଣ ହୋଇଥିଲା । ଆହତ ମାନଙ୍କୁ ଉଦ୍ଧବପୁର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଖନୁର ସେକ୍ଟରରେ ଆତଙ୍କବାଦୀ ମାନେ ଲୁଚି ରହିଥିବାରୁ ସେଠାରେ ଏବେ ସୁରକ୍ଷାବଳ ପକ୍ଷରୁ ତଲାସୀ ଜାରି ରହିଛି । ଏନେଇ ସେନା ପକ୍ଷରୁ ୪ ଜଣ ଯବାନ ସେଠାକୁ ଯାଉଥିବା ବେଳେ ଏହି ଅଘଟଣ ଘଟାଇଛନ୍ତି ଆତଙ୍କବାଦୀ ।