କଟକ(ଏଟିଆର ବ୍ୟୁରୋ): ଅଗ୍ନିଶମ ପ୍ରମାଣ ପତ୍ର ଦେବାରେ ଅନିୟମିତତା ଅଭିଯୋଗ ଆସିବା ପରେ ପୂର୍ବତ୍ତନ ଡିଜି ବି.କେ ଶର୍ମାଙ୍କୁ ରାତାରାତି ତାଙ୍କ ପଦରୁ ରାଜ୍ୟ ସରକାର କାଢି ଦେଇଥିଲେ । ତାଙ୍କ ଜାଗାରେ ସୁନୀଲ ରାୟଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟୀତ୍ୱ ଦିଆଯାଇଥିଲା । ସୁନୀଲ ରାୟ ଅନୁପସ୍ଥିତ ଥିବାରୁ ତାଙ୍କ ଜାଗାରେ ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟକାଳୀନ ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ଆଜି ସୁନୀଲି ରାୟ ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ସୂଚନା ଅନୁସାରେ କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟରେ ସୁନୀଲ ରାୟ ପହଞ୍ଚି ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟାଇମ ବାଉଣ୍ଡ ଓ ଟ୍ରାନ୍ସପରେନ୍ସି କୁ ଅଧିକ ଗୁରୁତ୍ୱ ଦିଆଯିବ । ଏହା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଲୋକ ମାନଙ୍କୁ ସେବା ଯୋଗାଇ ଦେବା ପାଇଁ ସେ ଚେଷ୍ଟା କପରିବେ । ଏହା ସହ ଅଗ୍ନିଶମ ବିଭାଗରେ ସ୍ୱଚ୍ଛତା ଆଣିବାକୁ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ସୁନୀଲ ରାୟ ୧୯୮୭ ବ୍ୟାଚର ଆଇପିଏସ ଅଫିସସର ତିବା ବେଳେ ପୂର୍ବରୁ ସେ ପୋଲିସ କମିସନର ଭାବେ କାର୍ଯ୍ୟ କରିସାରିଛନ୍ତି ।