ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦୨୪ ସୁଦ୍ଧା ଭାରତ ପାଇପ ଲାଇନ, ରିଫାଇନିଂ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ ଯାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ପେଟ୍ରୋଲିୟମ ଶିଳ୍ପ ସଂଘ (ଏଫଆଇପିଆଇ)ର ପ୍ରତିଷ୍ଠା ଦିବସରେ ଆୟୋଜିତ ହୋଇଥିବା ସମ୍ମୀଳନୀରେ ସେ ଏହା କହିଛନ୍ତି । ଏହି ଅବସରରେ ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ରୂପେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଦେଶର ସମସ୍ତ ସ୍ତରର ଲୋକଙ୍କ ପାଖରେ କିପରି ଉର୍ଜା ପହଞ୍ଚିପାରିବ ତାହା ହିଁ ଆମର ଲକ୍ଷ ହେବା ଆବଶ୍ୟକ ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ପେଟ୍ରୋଲିୟମ ଶିଳ୍ପ ଅଧିକାରୀ ତଥା ବିଶେଷଜ୍ଞମାନେ କିପରି ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିହେବ ସେଥିପାଇଁ କାମ କରିବା ଆବଶ୍ୟକ । ଗରିବ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତିନ କରିବାରେ ଉର୍ଜାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିସହ ସମସ୍ତେ କିପରି ସୁଲଭ ଦରରେ ଉର୍ଜା ପାଇ ପାରିବେ ତାହା ହିଁ କେନ୍ଦ୍ର ସରକାରଙ୍କ ଲକ୍ଷ । ସେହିପରି ବିପଣନ ହୋଇ ପଡିଥିବା ଭାରତୀୟ ତୈଳ କମ୍ପାନୀମାନେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । କେନ୍ଦ୍ର ସରକାର ବିଗତ ଦିନମାନଙ୍କ ଏହି ସବୁ କ୍ଷେତ୍ରରେ ଅନେକ ସୁଧାର ଆଣିଥିବାରୁ ପେଟ୍ରୋଲିୟମ ଶିଳ୍ପରେ ଦ୍ରୁତ ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ଏହି ସବୁ ଦୃଷ୍ଟିକୁ ଆଖିଆଗରେ ରଖି ୨୦୨୪ ସୁଦ୍ଧା ଭାରତ ପାଇପ ଲାଇନ, ରିଫାଇନିଂ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।