ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କୁହାଯାଏ କୁମାର ପୂର୍ଣ୍ଣିମା ଡାଲାରେ ଆସେ ଶୀତ । ମାତ୍ର କୁମାର ପୂର୍ଣ୍ଣିମା ଯିବାକୁ ୨ ମାସ ବିତିବାକୁ ବସିଲାଣି ହେଲେ ରାଜ୍ୟରେ ଏବେ ବି ଶୀତର ଲହରୀ ଦେଖିବାକୁ ମିଳିନାହିଁ । ଉପକୂଳ ଓଡିଶାର ଗାଁ ଗହଳିରେ କେବଳ ବିଳମ୍ବିତ ରାତିରେ ଶୀତର ଅନୂଭୁତି ଜଣା ପଡୁଛି ।
ଗତଥର ଏହି ସମୟକୁ ଯଦି ଆମେ ଲକ୍ଷ୍ୟ କରିବା ତେବେ ଚଳିତ ବର୍ଷ ଶୀତ ବହୁତ କମ ରହିିଛି । ଏବେ ରାଜ୍ୟରେ ହାଡଭଙ୍ଗା ଶୀତ ଦେଖାଯିବା କଥା । ତେବେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଶୀତ ଭଲଭାବେ ପ୍ରଭାହିତ ହେବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବାଲାଂଦେଶ ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ପ୍ରଭାବରେ ବଙ୍ଗୋପ ସାଗରରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି ଯାହା ଫଳରେ ରାଜ୍ୟର ଶୀତର ପ୍ରଭାବ କମ ରହୁଛି । ଏବେ ଭୁବନେଶ୍ୱରରେ ୧୭ ଡିଗ୍ରୀ ରହୁଛି ତାପମାତ୍ରା ।