ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର ଅଳ୍ପ ଦିନ ରହିଲା ଲୋକସଭା ନିର୍ବାଚନ । ଏନେଇ ପ୍ରତ୍ୟେକ ଦଳ ପକ୍ଷରୁ ନିଜ ନିଜର ପାର୍ଥୀ ଘୋଷଣା କରାଯାଉଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ତାର ଆଉ ଦୁଇଟି ପାର୍ଥୀ ଘୋଷଣା କରିଛି ।
କଂଗ୍ରେସ ପକ୍ଷରୁ ଲୋକ ସଭା ଆସନରେ ଲଢିବା ପାଇଁ ବଲାଙ୍ଗିରରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ମଇଦାନକୁ ଓହ୍ଲା ଯାଇଛି । ସମରେନ୍ଦ୍ର ଏହି ନିର୍ବାଚନ ଲଢିବେ । ତାଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି । ସେପଟେ କୋରାପୁଟ ସଂରକ୍ଷିତ ଆସନରୁ ସପ୍ତଗିରି ଉଲ୍ଲାକାଙ୍କୁ ଦଳ ଟିକେଟ ପ୍ରଦାନ କରିଛି ।
ଏଥରକ ଏହି ନିର୍ବାଚନଟି ଖୁବ୍ ଟକ୍କରରେ ରହିବ କାରଣ ନିର୍ବଚନ ଲଢିବା ପାଇଁ ଦଳ ପକ୍ଷରୁ ହେବିୱଟ୍ ନେତା ମାନଙ୍କୁ ଟିକେଟ ଦିଆଯାଉଛି । ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ତାର ୬ ଟି ଲୋକସଭା ଆସନ ପାଇଁ ପାର୍ଥୀ ଘୋଷଣା କରିଥିଲା । ସେହି ପାର୍ଥୀ ତାଲିକାରେ ଥିଲେ ବ୍ରହ୍ମପୁରରୁ ଭି,ଚନ୍ଦ୍ରଶେଖର,କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ବରଗଡରୁ ପ୍ରଦୀପ୍ତ କୁମାର ଦେବତା,ନବରଙ୍ଗପୁରରୁ ପ୍ରଦୀପ ମାଝୀ, କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟ ଏବଂ ସୁନ୍ଧର ଗଡରୁ ଜଜର୍୍ ତିର୍କୀ ।
ନଅଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଦୁଇଟି ପର୍ଯ୍ୟାରେ ଆଠ ଜଣ ପାର୍ଥୀଙ୍କ ନାଁ ଘୋଷଣା ହୋଇ ସାରିଛି । ଅପ୍ରିଲ ୧୧ ଏବଂ ଅପ୍ରିଲ ୧୮ ଦୁଇଟି ଫେଜ୍ ରେ ନିର୍ବାଚନ ପାଇଁ ଦଳ ପକ୍ଷରୁ ପାର୍ଥୀ ଘୋଷଣା କରାଯାଇଛି ।