ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା ପାଇଁ ଶୁଭ ହୋଇଥାଏ । ଭଗବାନ ବିଷ୍ଣୁଙ୍କୁ ତିନି ଲୋକଙ୍କ ସ୍ୱାମୀ ବୋଲି ମଧ୍ୟ କୁହାଯାଏ । ଶାସ୍ତ୍ର ଅନୁଯାୟୀ, ଭଗବାନ୍ ବିଷ୍ଣୁଙ୍କୁ ସ୍ମରଣ କରିବା ମାତ୍ରେ ହିଁ ଭକ୍ତଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ । ସେଥିପାଇଁ ଶ୍ରୀହରିଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ବିଶେଷ ପୂଜାର୍ଚ୍ଚନା କରିବା ଉଚିତ୍ । ପୌରାଣିକ ମାନ୍ୟତା ରହିଛି କି ଗୁରୁ ବୃହଷ୍ପତି, ଦେବଗୃହ ଅଟନ୍ତି । ସେହିପରି ଜ୍ୟୋତିଷ ମାନ୍ୟତା ବି ରହିଛି ଗୁରୁ ହେଉଛନ୍ତି ସୁଖଦ ଦାମ୍ପତ୍ୟ ଜୀବନ ଓ ସୌଭାଗ୍ୟ ର ନିୟତ । ଖାସ୍ କରି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମସ୍ୟା ଗୁରୁଙ୍କ ପ୍ରସନ୍ନତା ଦ୍ୱାରା ହିଁ ଦୂର ହୋଇଥାଏ ।
ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବାର ଉପାୟ:
ଗୁରୁବାର ଦିନ ବ୍ରହ୍ମମୂହୁର୍ତ୍ତରେ ଉଠି ସମସ୍ତ କାମ ଶେଷ କରି ଭଗବାନଙ୍କୁ ପ୍ରଣାମ କରନ୍ତୁ । ଏହି ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ଲାଲ ଏବଂ ହଳଦିଆ ରଙ୍ଗ ଶୁଭ ହୋଇଥାଏ । ଏହାସହିତ ଭଗବାନ ବିଷ୍ଣୁଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ହଳଦିଆ ବସ୍ତ୍ର ପିନ୍ଧିବା ସହିତ ମଥାରେ ହଳଦି ତିଲକ ଲଗାନ୍ତୁ ।
ସକାଳୁ ସ୍ନାନ ସାରି ଭଗବାନଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ । ସେହିପରି ଧନର କାରକ ହେଉଛନ୍ତି ଗୁରୁ । ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ଦ୍ୱାରା କଦାପି ଧନର ଅଭାବ ଦେଖାଯାଏ ନାହିଁ । ଯେଉଁ ବ୍ୟକ୍ତିଙ୍କ ଉପରେ ଗୁରୁଙ୍କ କୃପା ରହିଥାଏ ତାଙ୍କର ଆର୍ଥିକ ସ୍ଥିତି ଭଲ ରହିଥାଏ । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ । କୁହାଯାଏ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ବି ପ୍ରସନ୍ନ ହୋଇଥାନ୍ତି ।
ସେହିପରି ଗୁରୁବାର ଦିନ କଦଳ ଗଛ ପୂଜା କରାଯାଇଥାଏ । ସେଥିପାଇଁ ସକାଳୁ ସକାଳୁ କଦଳୀ ଗଛକୁ ପୂଜା କରି ଗଛ ମୂଳେ ଘିଅ ଦୀପ ଜଳାନ୍ତୁ ।
ଗୁରୁବାର ଦିନ ହଳଦିଆ ରଙ୍ଗର ଜିନିଷ ଦାନ କରନ୍ତୁ । ଏହାସହିତ ଏହିଦିନ ଅନ୍ନ ଦାନ କରିବା ଶୁଭ ହୋଇଥାଏ ।