ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଝାରଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ ସିଟ୍ ଉପରେ ଆଜି ସକାଳୁ ମତଦାନ ଆରମ୍ଭ ହୋଇଯାଇଛି । ନିର୍ବାଚନ ଆୟୋଗ ଦ୍ୱାରା ଜାରି ହୋଇଥିବା ସଂଖ୍ୟା ଅନୁଯାୟୀ, ସକାଳ ୯ଟା ପର୍ଯ୍ୟନ୍ତ ୧୨ ପ୍ରତିଶତରୁ ଅଧିକ ମତଦାନ ହୋଇସାରିଛି । ସେପଟେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରିବା ଲାଗି ସୁରକ୍ଷା ବଳ ମୁତୟନ କରାଯାଇଛି ।
ଅପରପକ୍ଷେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ମତଦାନ କରିବା ପାଇଁ ମତଦାତାଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି ଝାରଖଣ୍ଡ ବିଧାନସଭା ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସମସ୍ତ ମତଦାତାଙ୍କୁ ମୋର ଅନୁରୋଧ ଅଧିକରୁ ଅଧିକ ସଂଖ୍ୟାରେ ଆସି ମତଦାନ କରନ୍ତୁ ଏବଂ ଲୋକତନ୍ତ୍ରକୁ ମଜବୁତ କରିବାରେ ସହାୟକ ହୁଅନ୍ତୁ ।
ନିର୍ବାଚନ ଆୟୋଗ ଅନୁସାରେ,ଯମଶେଦପୁର ପୂର୍ବ ଏବଂ ଯମଶେଦପୁର ପଶ୍ଚିମ ସିଟ୍ ରେ ସକାଳ ୭ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ସିଟ୍ ମାନଙ୍କରେ ସକାଳ ୭ଟାରୁ ଅପରାହ୍ନ ୩ଟା ଯାଏଁ ମତଦାନ କରାଯିବ । ସର୍ବମୋଟ୍ ୨୦ ସିଟ୍ ରୁ ୧୬ ସିଟ୍ ଅନୁସୂଚିତ ଜନଜାତି ଏବଂ ଗୋଟେ ସିଟ୍ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ।
झारखंड विधानसभा चुनाव में आज दूसरे दौर का मतदान है। सभी मतदाताओं से मेरा आग्रह है कि वे अधिक से अधिक संख्या में मतदान कर लोकतंत्र के इस उत्सव को सफल बनाएं।
— Narendra Modi (@narendramodi) December 7, 2019