ମୁମ୍ବାଇ (ଏଟିଆର ବ୍ୟୁରୋ): ନିଜ କମେଡି ମାଧ୍ୟମରେ ସମସ୍ତଙ୍କୁ ହସାଇ ହସାଇ ବେହାଲ କରୁଥିବା କପିଲ ଶର୍ମା ଆଜି ବାପା ହୋଇଛନ୍ତି । କପିଲଙ୍କର ପତ୍ନୀ ଗିନି ଚତରଥ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । କପିଲ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ୱିଟ୍ କରି ଏହି ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି । ସେ ନିଜ ଟ୍ୱିଟ୍ ରେ ଲେଖିଛନ୍ତି , ମୁଁ ପିତା ହୋଇଗଲି । ମତେ ଏକ ଝିଅର ପିତା ହେବାର ସୌଭାଗ୍ୟ ହାସଲ ହୋଇଛି । ସମସ୍ତେ ଝିଅକୁ ଆର୍ଶୀବାଦ ଦେବାକୁ ନିବେଦନ କରିଛନ୍ତି କପିଲ ।
କପିଲଙ୍କ ଏହି ଟ୍ୱିଟ୍ ପରେ ତାଙ୍କୁ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଲାଣି । ଗୁରୁ ରନ୍ଧାୱା, କିକୁ ସାରଦା, ସାଇନା ନେୱାଲ, ସୁରେଶ ରାଇନା, ଦିଅ ମିର୍ଜା, ସୁନିଲ ଗ୍ରୋବର ପ୍ରମୁଖ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ତେବେ ଡିସେମ୍ବର ୧୨କୁ କପିଲଙ୍କ ବିବାହକୁ ବର୍ଷେ ପୁରିବାକୁ ଯାଉଛି । ତାଙ୍କ ବିବାହରେ ଟିଭି, ବଲିଉଡ ଓ ପଞ୍ଜାବ ଇଡସ୍ଟୀରୁ ବହୁ ସେଲିବ୍ରେଟି ଯୋଗ ଦେଇଥିଲେ ।
Blessed to have a baby girl 🤗 need ur blessings 🙏 love u all ❤️ jai mata di 🙏
— Kapil Sharma (@KapilSharmaK9) December 9, 2019