କଟକ(ଏଟିଆର ବ୍ୟୁରୋ): କଟକ ମହାନଦୀ ପଠା ବିକାଶ କରାଯିବ । ଗୁଜରାଟ ସାବରମତି ରିଭରଫ୍ରଣ୍ଟ ଭଳି ପ୍ରକଳ୍ପ ମହାନଦୀ ପଠା ବିକାଶ କରାଯିବ । କଟକ ବାଲିଯାତ୍ର ତଳପଡିଆରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହଳୟ ସାମ୍ନା ପର୍ଯ୍ୟନ୍ତ ଜାଗା ଚିହ୍ନଟ କରାଯାଇଛି । ମହାନଦୀ ପଠାର ପାଖା ପାଖି ୪୦୦ ଏକର ପରିମିତ ଜାଗାକୁ ଚିହ୍ନଟ କରାଯାଇଛି । ମହାନଦୀ ପଠାରେ ଏସିବିର ଦ୍ୱିତୀୟ କ୍ୟାମ୍ପସ, ବୋସ ଇଞ୍ଜିନିୟରିଂ ସ୍କୁଲର ସମ୍ପ୍ରସାରଣ, ସ୍ପୋଟରସ କମ୍ପେ୍ଲକ୍ସ, ହୋଟେଲ ନିର୍ମାଣ କରାଯିବା ସହ ବହୁ ସରକାରୀ ଅଫିସ ଏଠାକୁ ସ୍ଥାନାନ୍ତର କରାଯିବ । ଗତ ଶୁକ୍ରବାର ଦିନ ମନ୍ତ୍ରୀ ପ୍ରତାପ ଜେନା କଟକ ଗ୍ରସ୍ତରେ ଆସି ପ୍ରସ୍ତାବିତ ପ୍ରକଳ୍ପ ଜାଗା ବୁଲି କରି ଦେଖିଥିଲେ । ଏହା ପରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଲ ଚୟନୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରକଳ୍ପ ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।
ଏହି ପ୍ରକଳ୍ପ ସହିତ ରିଂ ରୋଡକୁ ସଂଯୋଗ କରାଯାଇ ବାଇପାସ ରୋଡ ନିର୍ମାଣ କରାଯିବ । ବାଇପାସ ରୋଡ ନିର୍ମାଣ ହେଲେ ବାଲିଯାତ୍ର ବେଳେ ହେଉଥିବା ଭିଡକୁ ନିୟନ୍ତ୍ରଣ କରାଯାଇ ପାରିବ । ଏହି ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟ ରାଜସ୍ୱ ଜଳ ସମ୍ପଦ, କ୍ରୀଡା, ପର୍ଯ୍ୟଟନ ଓ ସଂସ୍କୃତ ବିଭାଗ, ପୂର୍ତ୍ତ, ଗୃହ ନଗର ଉନ୍ନୟନ ସହଯୋଗରେ କଟକ ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା କରାଯିବ । ଏହି ପ୍ରକଳ୍ପର ନାମ ବାଲିଯାତ୍ରା ରିଭରଫ୍ରଣ୍ଟ ଇମପ୍ରୁଭମେଣ୍ଟ(ବର୍ଫି) ରଖାଯାଇଛି । ବାଲିଯାତ୍ର ସହ କଟକର ସମ୍ପର୍କ ରହିଛି । ତେଣୁ ଏହି ପ୍ରକଳ୍ପର ନାମକୁ ବାଳିଯାତ୍ରା ସହ ଯୋଡାଯାଇଥିବାର ସୂଚନା ଦେଇଛନ୍ତି ଜିଲ୍ଲାପାଲ ଭବାନୀ ଶଙ୍କର ଚୟନୀ ।