ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ୍ ଅଭିନେତ୍ରୀ ଶୁସ୍ମିତା ସେନ୍ ଦୀର୍ଘ ୧୦ ବର୍ଷ ପରେ ଏବେ ପୁଣି ବଲିଉଡ୍ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ହୁଏତ ସୋସିଆଲ ମିଡିଆ ଜରିଆରେ ସେ ସର୍ବଦା ତାଙ୍କ ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରହିଥାନ୍ତି । ସେ ତାଙ୍କର ସମସ୍ତ ଲାଇଫ୍ ଇଭେଣ୍ଟ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି । କେତେବେଳେ ନିଜ ପରିବାର ବିଷୟରେ ତ ଆଉପୁଣି କେତେବେଳେ ନିଜ ବୟଫ୍ରେଣ୍ଡ ବିଷୟରେ ସେୟାର କରିଥାନ୍ତି । ଏଥରକ ସେ ଏକ ନୂତନ ଅପଡେଟ୍ ସେୟାର କରିଛନ୍ତି ।
ଇତି ମଧ୍ୟରେ ଶୁସ୍ମିତା ଘୋଷଣା କରିଛନ୍ତି କି , ଦୀର୍ଘ ୧୦ ବର୍ଷର ଲମ୍ବା ବ୍ରେକ୍ ପେର ଏବେ ସେ ଫିଲ୍ମ ପରଦାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସେ ଏକ ଫଟୋ ସେୟାର କରି କହିଛନ୍ତି କି, ମୁଁ ଆପଣଙ୍କ ଭଲ ପାଇବା ଉପରେ ପ୍ରଶଂସା କରୁଛି, ଯେଉଁମାନେ ଏତେ ମାତ୍ରାରେ ଧୈର୍ଯ୍ୟ ଦେଖାଇଛନ୍ତି । ଏହି କାରଣ ଯୋଗୁଁ ମୁଁ ମୋ ଫ୍ୟାନ୍ସ ମାନଙ୍କର ଫ୍ୟାନ୍ ହୋଇଯାଇଛି । ସେମାନେ ସ୍କ୍ରିନ୍ ଉପରେ ମୋ ଫେରିବାର ୧୦ ବର୍ଷ ହେବ ଅପେକ୍ଷା କରିଛନ୍ତି । ସେଥିପାଇଁ ମୁଁ କେବଳ ମୋ ଫ୍ୟାନ୍ସମାନଙ୍କ ପାଇଁ ପରଦାକୁ ଫେରୁଛି ।
ସେପଟେ ଶୁସ୍ମିତା ସେନ୍ ଙ୍କ ଏହି ଘୋଷଣା ପରେ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି ।