ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୀର୍ଘ ଦିନ ଯାଏଁ ଦୂରେଇ ରହିଲା ପରେ ଅଭିନେତା ଜନ ଆବ୍ରାହମ ଏବେ ପୁଣି ଥରେ ଫିଲ୍ମ ‘ପରମାଣୁ’ ଜରିଆରେ ଦମଦାର ଏଣ୍ଟ୍ରି କରିଛନ୍ତି । ଜନ ଆବ୍ରାହମ ଏବଂ ଡାଏନା ପେଣ୍ଟିଙ୍କ ଦ୍ୱାରା ଅଭିନିତ ଏହି ଫିଲ୍ମଟି ବକ୍ସ ଅଫିସରେ ଖୁବ୍ ଧମାଲ ମଚାଉଛି । କ୍ରିଟିସ ପକ୍ଷରୁ ଏହି ଫିଲ୍ମକୁ ପ୍ରଶଂସା କରାଯିବା ସହିତ ଚାରୋଟି ଷ୍ଟାର ମଧ୍ୟ ମିଳିଛି । ଏବଂ ଏହି ଫିଲ୍ମକୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ହୁଏତ ଏହି ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ଏତେଟା ଆୟ କରି ନଥିଲା । କିନ୍ତୁ ଏହା ଦ୍ୱିତୀୟ ଦିନରେ ଖୁବ୍ ଆୟ କରିଥିଲା ।
ପ୍ରଥମ ଦିନରେ ‘ପରମାଣୁ’ ୪ କୋଟି ଟଙ୍କା ଆୟ କରିଥିଲା ବେଳେ ଦ୍ୱିତୀୟ ଦିନରେ ଏହାର ଆୟ ୫୮.୫୧ ପ୍ରତିଶତ ବଢିଥିବାର ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ରିଲିିଜ୍ ହେବା ପରେ ୭.୬୪ କୋଟି ଟଙ୍କା ଆୟ କରିଥିଲା । ଏବଂ ଏହା ତୃତୀୟ ଦିନରେ ୮.୩୨ କୋଟି ଟଙ୍କା ଆୟ କରିଥିଲା । ଫିଲ୍ମରେ ଏପର୍ଯ୍ୟନ୍ତ ସର୍ବମୋଟ ୨୦.୭୮ କୋଟି ଟଙ୍କା ଆୟ ହୋଇ ସାରିଲାଣି ।
ଏହି ଫିଲ୍ମରେ ଅଭିନେତା ଜନ ଆବ୍ରାହମଙ୍କ ବିପରୀତରେ ଅଛନ୍ତି ଅଭିନେତ୍ରୀ ଡାଏନା ପେଣ୍ଟି । ଭାରତରେ ଏହି ଫିଲ୍ମଟିକୁ ୧୯୩୫ ଟି ସ୍କ୍ରିନରେ ରିଲିଜ କରାଯାଇଥିବା ବେଳେ ଭାରତ ବାହାରେ ଏହା ୨୭୦ଟି ସ୍କ୍ରିନରେ ରିଲିଜ୍ କରାଯାଇଛି । ନିକଟରେ କୌଣସି ଦମଦାର ଫିଲ୍ମ ରିଲିଜ୍ ହୋଇ ନଥିବା ଯୋଗୁଁ ଫିଲ୍ମ ‘ପରମାଣୁ’ ଏହାର ସଂପୂର୍ଣ୍ଣ ଫାଇଦା ଉଠାଇବ ବୋଲି ଆଶା କରାଯାଉଛି ।