ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ ପିଆଜ ଦରକୁ ନେଇ ହାହାକାର ଲାଗିରହିଛି । ପିଆଜ ଦର ୧୦୦ରୁ କମ ହେବା ପାଇଁ ନାଁ ଧରୁନି । ତେବେ ପିଆଜ ପରେ ଏବେ ଗ୍ରାହକ ମାନଙ୍କୁ ଆଳୁ ଦରକୁ ନେଇ ପାହାର ପଡିଛି । ଗତ ଦୁଇ ଦିନ ଭିତରେ ୧୦ଟଙ୍କା ବଢିଲାଣି ଆଳୁ ଦର । ଦୁଇ ଦିନ ତଳେ ଆଳୁ କେଜି ପ୍ରତି ୨୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୨୩ ଟଙ୍କାରେ ପହଞ୍ଚିଛି ।
ସେହିପରି କଟକ ଛତ୍ରବଜାରରେ ପିଆଜ ୮୦ରୁ ବଢି ୧୨୦ ହୋଇଥିବା ବେଳେ ଆଳୁ ୬୦ରୁ ବଢି ୭୦ ଟଙ୍କା ହେଲାଣି । ବ୍ୟବସାୟୀ ମାନଙ୍କ କହିବା ଅନୁସାରେ ମହାରାଷ୍ଟ୍ରର ନାସିକରେ ପ୍ରବଳ ବର୍ଷା ଯୋଗୁ ପିଆଜ ଦର ବୃଦ୍ଧି ପାଇଛି । ଅନ୍ୟପଟେ ସିଏଏକୁ ନେଇ ସାରା ଭାରତରେ ବ୍ୟାପକ ହିଂସା ପାଇଁ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ଆଳୁ ଦର ବୃଦ୍ଧି ପାଇଥିବାର ଅନୁମାନ କରାଯାଉଛି ।