ଭୁବନେଶ୍ୱର( ଏଟିଆର ବ୍ୟୁରୋ): ୫ ବର୍ଷ ମଧ୍ୟରେ ୭୮ ହଜାର ଚାଷୀଙ୍କ ଆୟ ହେବ ୨ ଗୁଣ । ଏମିତି ଏକ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ରାଜ୍ୟ ସରକାର ୨୦ ଟି ଟାର୍ଗେଟ ରଖିଛନ୍ତି । ଯାହାଦ୍ୱାରା ଆସନ୍ତା ୫ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ମୋସରକାର ପାଇଁ ହୋଇଥିବା ଏକ କର୍ମଶାଳାରେ ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ।
ସେ ଆହୁରି ମଧ୍ୟ କହିଛନ୍ତି ୨୦୨୦ ଏପ୍ରିଲ ସୁଦ୍ଧା ସମସ୍ତ ଚାଷୀଙ୍କ ଡାଟା ବେସ ପ୍ରସ୍ତୁତ ହେବ । ଯେଉଁଥିରେ ଭାଗ ଚାଷୀ ଓ ଭୂମିହୀନ ଚାଷୀ ସ୍ଥାନ ପାଇବେ । ଆସନ୍ତା ଜାନୁଆରି ୧ ତାରିଖରୁ ମୋବାଇଲ ଆପରେ କୃଷି ନିମିତ୍ତ ହୋଇଥିବା ସମସ୍ତ ଯୋଜନା ଉପଲବ୍ଧ ହେବ । ଏହି ଡାଟା ବେସ୍ କାଳିଆ ଡାଟା ସହ ଖାଦ୍ୟ ସୁରକ୍ଷା, ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା ସମ୍ମିଳିତ ଡାଟା ବେସ୍ ପ୍ରସ୍ତୁତ ହେବ।