ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟରୁ ରାଜନୀତିରେ ପାଦ ଥାପିଥିବା ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରି ଦେବାର ଧମକ ଆସିଛି । ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ଶନିବାର ଦିନ ପୋଲିସକୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି କି ତାଙ୍କ ପରିବାର ଉପରେ ବିପଦ ରହିଛି । ଏକ ଅନ୍ତରାଷ୍ଟ୍ରୀୟ ନମ୍ବର ଯୋଗେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି । ସେଥିପାଇଁ ଏନେଇ ମାମଲା ରୁଜୁ ହେଉ ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ସୁନିଶ୍ଚିତ କରାଯାଉ ।
ଡସେମ୍ବର ୨୦ ରେ ଶାହଦରା ପୋଲିସ ଡିସିପି କୁ ଗମ୍ଭୀର ଚିଠି ଲେଖି କହିଛନ୍ତି କି, ‘୭(୪୦୦)୦୪୩ ବିଶିଷ୍ଟ ଅନ୍ତରାଷ୍ଟ୍ରୀୟ ନମ୍ବରରୁ ମୋତେ ଆଉ ମୋ ପରିବାରକୁ ଜୀବନରୁ ମାରି ଦେବା ପାଇଁ ଧମକ ମିଳିଛି ।