ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୋଗରେ ଅନେକ ଆସନ ରହିଛି, ଯାହା କ୍ରିୟାତ୍ମକ ସହିତ ଆଧ୍ୟାତ୍ମିକ ହୋଇଥାଏ । ଏଥିମଧ୍ୟରୁ ଏକ ଆସନ ହେଉଛି ଶୀର୍ଷାସନ । ଏହି ଆସନରେ ମୁଣ୍ଡ ତଳକୁ ଏବଂ ଗୋଡ ଉପରକୁ କରିବାକୁ ପଡିଥାଏ । ଏହାଦ୍ୱାରା ଆଧ୍ୟାତ୍ମିକ ଫାଇଦା ହେବା ସହ ଶାରିରୀକ ଫାଇଦା ମଧ୍ୟ ହୋଇଥାଏ । ଯେମିତିକି ଦୃଷ୍ଟି ଶକ୍ତି ବୃଦ୍ଧି ହେବା , କାନ ଭଲ ଭାବେ କାମ କରିବା ଏବଂ କେଶ ବି ଭଲ ରହିଥାଏ ।
ଏଭଳି କରନ୍ତୁ ଶୀର୍ଷାସନ: ସର୍ବପ୍ରଥମେ ଛିଡା ହୁଅନ୍ତୁ । ଏହାପରେ ହାତକୁ ଚଟାଣ ଉପରେ ରଖନ୍ତୂ ଏବଂ ଶରୀରରେ ଏକ ତ୍ରିକୋଣ ବନାନ୍ତୁ । ପୁଣି ମୁଣ୍ଡକୁ ଚଟାଣରେ ରଖି ଗୋଡ ଦୁଇଟାକୁ ଉପରକୁ ଉଠାନ୍ତୁ ।
ଶୀର୍ଷାନ୍ର ଫାଇଦା:
– ଏହି ଆସନ ଦ୍ୱାରା ଶରୀରରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥାଏ ।
– ମାଂସପେଶୀୟ ସହିତ ପଞ୍ଚଇନ୍ଦ୍ରୀୟ ଠିକ୍ ଠିକା ରହିଥାଏ ।
– କେଶ ସୁସ୍ଥ ହୋଇଥାଏ ଏବଂ ଦୃଷ୍ଟି ଶକ୍ତି ବଢିଥାଏ ।
– କାନରେ ଶୁଣିବା କ୍ଷମତା ବୃଦ୍ଧି ହୋଇଥାଏ ।
– ମସ୍ତିସ୍କରେ ରକ୍ତ ସଂଚାଳନ ସଠିକ୍ ଭାବେ ହୋଇଥାଏ ।