ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରକାଶ ପାଇଛି ଉତ୍ତମ ପ୍ରଶାସନ ସୂଚକା ତାଲିକା । କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପକ୍ଷରୁ ପ୍ରକାଶ ପାଇଛି ଏହି ତାଲିକା । ତାଲିକାର ଶୀର୍ଷରେ ତାମିଲନାଡୁ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଏହି ତାଲିକାରେ ଓଡିଶାର ସ୍ଥାନ ୧୪ତମ ରହିଛି । ଅନ୍ୟପଟେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛି । କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ସାରା ଦେଶକୁ ତିନୋଟି ବିଭାଗରେ ବିଭକ୍ତ କରାଯାଇଥିଲା । ବଡ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଉତ୍ତର – ପୂର୍ବ ଓ ପାହାଡିଆ ରାଜ୍ୟ ଭଳି ତିନୋଟି ବର୍ଗରେ ବିଭକ୍ତ କରାଯାଇଥିଲା ।
ବଡ ରାଜ୍ୟ ବର୍ଗରେ ତାମିଲନାଡୁ ପ୍ରଥମ ଶ୍ରେଣୀରେ ଥିବା ବେଳେ ଉତ୍ତର – ପୂର୍ବ ଓ ପାହାଡିଆ ବର୍ଗରେ ହିମାଚଳ ପ୍ରଦେଶ ପ୍ରଥମ ସ୍ଥାନ ଅଧିକାର କରିଛି । ଅନ୍ୟପଟେ ଉତ୍ତର – ପୂର୍ବ ଓ ପାହାଡିଆ ବର୍ଗରେ ଉତ୍ତରାଖଣ୍ଡ ଦ୍ୱିତୀୟା ଖଣ୍ଡ ଥିବା ବେଳେ ପରେ ପରେ ତ୍ରିପୁରା, ମିିଜୋରାମ, ସିକ୍କିମ ଆଦି ରାଜ୍ୟ ରହିଛି । ସେପଟେ ପୁଡୁଚେରୀ କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି । ପରେ ପରେ ଚଣ୍ଡିଗଡ, ଦିଲ୍ଲୀ, ଦାମନ ଓ ଡିଉ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆଦି ରହିଛି । ତେବେ ଏହି ବର୍ଗର ଶେଷ ସ୍ଥାନରେ ଲକ୍ଷଦ୍ୱୀପ ରହିଛି । ତେବେ ମନ୍ତ୍ରାଳୟରେ ରାଜ୍ୟ ସରକାରଙ୍କ ପ୍ରଶାସନର ଗୁଣବତ୍ତା ଓ ଲୋକମାନଙ୍କ ଉପରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ପ୍ରଭାବ ଅନୁସାରେ ଏହି ଉତ୍ତମ ପ୍ରଶାସନ ସୂଚକାଙ୍କ ପ୍ରସ୍ତୁତି କରାଯାଏ ବୋଲି କୁହାଯାଇଛି ।