ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁରୀ ଶ୍ରୀ ମନ୍ଦିର ପରେ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରଶାସନ ତତ୍ପରତା ଦେଖାଇଥିଲା । ଏଥିପାଇଁ ଗତ ତିନି ସପ୍ତାହ ହେଲା ମନ୍ଦିର ଚତୁଃପାଶ୍ୱର୍ରୁ ଜୋରଦାର ଉଛେଦ କାର୍ଯ୍ୟ ଚାଲୁଅଛି ।
ତେବେ ଆଜି ଏହି ଉଛେଦ କାର୍ଯ୍ୟର ଶେଷ ହୋଇପାରେ । ପୁର୍ବରୁ ଶ୍ରୀ ଲିଙ୍ଗରାଜ ଥାନା, ଭଜନ ମଣ୍ଡପ, ଆଦି ଭଙ୍ଗା ଯାଇଥିବା ବେଳେ କାଲିଠାରୁ ବ୍ୟାଖ୍ୟାନ କେନ୍ଦ୍ର ଓ ଥାନା କର୍ମଚାରୀଙ୍କ କ୍ୱାଟର୍ସ ଭଙ୍ଗା ଯାଉଛି ।
ଆଜି ଶ୍ରୀ ଲିଙ୍ଗରାଜ ମନ୍ଦୀର କାର୍ଯ୍ୟାଳୟ ମଧ୍ୟ ଭଙ୍ଗାଯିବାର ଯୋଜନା ରହିଛି । ଏଥି ସହିତ ବାକିଥିବା ଉଛେଦ କାର୍ଯ୍ୟ ସବୁ ଆଜି ଭିତରେ ସରିବ ବୋଲି ସୁଚନା ମିଳିଛି ।
ଉଛେଦ କାର୍ଯ୍ୟ ଶେଷ ହେବା ପରେ ମନ୍ଦିର ଚାରିକଡୁ କଂକ୍ରିଟ ଆବର୍ଜନା ସବୁ ଦୁଇ ତିନି ଦିନ ମଧ୍ୟରେ ହଟାଯାଇ ରାସ୍ତା ପ୍ରଶସ୍ତିକରଣ ଏବଂ ବ୍ଳୁ-ପ୍ରିଣ୍ଟ ଅନୁଯାଇ ଜମି ଅଧିଗ୍ରହଣ ମଧ୍ୟ କରାଯିବ ।
ପୁର୍ବରୁ ଐତିହ ସହର ପାଇଁ ପ୍ରସ୍ତୁତ ହୋଇଥିବା ବ୍ଳୁ-ପ୍ରିଣ୍ଟ ସହିତ ଉଛେଦ ପରେ ନୂଆବର୍ଷରେ ରଜ୍ୟ ସରକାର ନୂଆ ବ୍ଳୁ-ପ୍ରିଣ୍ଟ ଏବଂ ଥଇଥାନ ପ୍ୟାକେଜ ଘୋଷଣା କରିବେ ।ଏଥିରେ ମୁଖ୍ୟତଃ ରାସ୍ତା ପ୍ରଶସ୍ତିକରଣ ପାଇଁ କେତେ ଜମି ସରକାର ଅଧିଗ୍ରହଣ କରିବେ ଏବଂ ଜମି ବାବଦରେ କେତେ କ୍ଷତିପୁରଣ ଦେବେ, ଏକର ପିଛା କେତେ ଟଙ୍କା ଦିଆଯିବ, ସ୍ୱଇଛାରେ ଜମି ଦାନ କଲେ କେତେ ଟଙ୍କା ଅଧିକ ମିଳିବ, ଯେଉଁ ମାନଙ୍କ ଘର ଭାଙ୍ଗିବ ସେମାନଙ୍କୁ କେଉଁଠି ଥଇଥାନ କରାଯିବ, ପୁର୍ବରୁ ଯେଉଁ ପ୍ରକଳ୍ପ ହେବ ବୋଲି ଘୋଷଣା ହୋଇଛି ସେ ନେଇ କେତେ ଟଙ୍କା ଖର୍ଚ୍ଚ ହେବ ଏବଂ ଏକାମ୍ରକ୍ଷେତ୍ର କୁ ଐତିହ ସହରରେ ପରିଣତ କରିବା ପାଇଁ ରାଜ୍ୟସରକାର ଖର୍ଚ୍ଚ କରିବାକୁଥିବା ଟଙ୍କା ରାଜ୍ୟସରକାର କେଉଁଠୁ ଆସିବ ସେସବୁ ର ଘୋଷଣା ମୁଖ୍ୟମନ୍ତ୍ରୀ ନୂଆବର୍ଷରେ କରିବେ ।