ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତିନି ସେନା ପ୍ରମୁଖ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଚୋୟାରମ୍ୟାନ୍ (ସିଓଏସସି) ନିଯୁକ୍ତି ପାଇଁ ହେବାକୁ ଥିବା ପରମ୍ପରାଗତ ‘ବ୍ୟାଟନ ହ୍ୟାଣ୍ଡଓଭର’ ଉତ୍ସବ ଶେଷ ମୁହୂର୍ତ୍ତରେ ଶୁକ୍ରବାର ଦିନ ରଦ୍ଦ କରିଦିଆଯାଇଛି । ହୁଏତ ଏହି ଉତ୍ସବ ଡିସେମ୍ବର ୩୧ ଆୟୋଜିତ ହୋଇପାରେ ବୋଲି ସୂଚନା ମିଳିଛି । କିନ୍ତୁ ରକ୍ଷା ବିଶେଷଜ୍ଞ ଏହାକୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ର ବହୁତ ଶୀଘ୍ର ନିଯୁକ୍ତିର ସଂକେତ ବୋଲି କହୁଛନ୍ତି । ସେପଟେ କେନ୍ଦ୍ରୀୟ କ୍ୟାବିନେଟ୍ ପକ୍ଷରୁ ତିନି ଦିନ ପୂର୍ବରୁ ସିଡିଏସ ପଦ ମଞ୍ଜୁରୀ ଦିଆଯାଇଛି ।
ରିପୋର୍ଟ ମୁତାବକ,ସିଓଏସସି ର ଚେୟାରମ୍ୟାନ୍ ରୂପେ ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ପ୍ରମୁଖରେ ଥିବା ବରିଷ୍ଠ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥାଏ । ଜେନେରାଲ ରାୱତ ଡିସେମ୍ବର ୩୧ ରେ ସେବାନିବୃତ ହେବେ ସେ ନେଇ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।
ବିଶେଷଜ୍ଞଙ୍କ କହିବାନୁଯାୟୀ ସିଡିଏସ ନିଯୁକ୍ତି ପରେ ହିଁ ସିଓଏସସି ଚେୟାରମ୍ୟାନ୍ ର ନିଯୁକ୍ତି ହେବ । ସେଥିପାଇଁ ସିଓଏସସି ନିଯୁକ୍ତି ଉତ୍ସବକୁ ରଦ୍ଦ କରାଯାଇଛି ।