ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କଲେଜ ଭିତରେ ନିର୍ଯାତନା ଦିଆଗଲା । ଘଟଣା ସମ୍ପର୍କରେ ଛାତ୍ରୀ କର୍ତୃପକ୍ଷଙ୍କୁ ଜଣାଇଲେ । ସବୁ ଶୁଣିଲେ ହେଲେ ବିଭାଗୀୟ ଅଧିକାରୀ ଚୁପ ରହିଲେ । ଯାହାକୁ ସହ୍ୟ ନକରି ପାରି ଏବେ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଭଳି ଏକ ସଂଗିନ ଘଟଣା ଘଟିଛି ରାଜଧାନୀରେ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା । ମଁଚେଶ୍ୱର ଥାନା ହାଇଟେକ କଲେଜରେ ଏହି ଘଟଣା ଏବେ ସବୁଠି ଆଲୋଚନାର ବିଷୟ ହୋଇଛି ।
ଅଭିଯୋଗ ଅନୁସାରେ, ଜଣେ କ୍ୟାଁଟିନ କର୍ମଚାରୀ ନର୍ସିଂ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଛାତ୍ରୀ ଜଣକ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ କଲେଜର ରେପୁଟେସନ ଭୟରେ କର୍ତୃପକ୍ଷ ଚୁପ ରହିଥିଲେ । ଯାହା ମାନସିକ ସ୍ତରରେ ବହୁତ ଆଘାତ ଦେଇଥିଲା ଛାତ୍ରୀଙ୍କୁ । ତେଣୁ ଉପାୟଶୂନ୍ୟ ହୋଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଛାତରୁ ସେ ଡେଇଁପଡି ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ଲାଗି ଛାତ୍ରୀଙ୍କୁ ଅତି ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତି କରାଯାଇଛି । ଏହି ଘଟଣାକୁ ନେଇ କ୍ୟାମ୍ପସରେ ଚାପା ଉତେଜନା ଦେଖାଦେଇଥିବା ବେଳେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି ।
ଏଠାରେ ସୂଚନାଯୋଗ୍ୟ, କିଛିଦିନ ତଳେ ମଧ୍ୟ ଠିକ ଏଭଳି ଅଭିଯୋଗ ଉଠିଥିଲା । ବାରମ୍ବାର ହାଇଟେକ କଲେଜ ବିରୋଧରେ ଏଭଳି ଅଭିଯୋଗ ଉଠିବା ପ୍ରମାଣ କରୁଛି କେଉଁଠି ନାଁ କେଉଁଠି କିଛି କେଁ ରହୁଛି । ଏହାର ଉଚିତ ତଦନ୍ତ ଲାଗି ଦାବି ହୋଇଛି ।