ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସକାଳ ୯ରୁ ଆତାପତା ନଥିଲା । କୁଆଡେ ଗଲେ କେଉଁଠି ରହିଲେ କିଛି ଖବର ମିଳିଲା ନାହିଁ । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଏନେଇ ପୁଲିସକୁ ଜଣାଇଥିଲେ । ଶେଷରେ ସନ୍ଧ୍ୟାରେ ତାଙ୍କ ମୃତଦେହ ଠାବ ହୋଇଥିଲା ଏକ କୂଅ ଭିତରୁ । ମୃତ ମହିଳା ହେଲେ ଲକ୍ଷ୍ମୀସାଗରର ସଂଘମୀତ୍ରା ମିଶ୍ର । ସେ ଜଣେ ଡାକ୍ତର ବୋଲି ପୁଲିସ କହିଛି ।
୨୦୦୬ଠୁ ସେ ସ୍ୱାମୀଙ୍କଠୁ ଅଲଗା ହୋଇ ନିମାପଡାରେ ରହୁଥିଲେ । ତେବେ ତାଙ୍କ ବ୍ୟବହାର ଦିନକୁ ଦିନ ବଦଳିବା ପରେ ପରିବାର ଲୋକେ ତାଙ୍କୁ ପାଖକୁ ନେଇ ଆସିଥିଲେ । ହେଲେ କୌଣସି ପରବର୍ତନ ହୋଇନଥିଲା ତାଙ୍କର । ସବୁବେଳେ ସେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳୁ ସେ ଅଚାନକ ଗାଏବ ହୋଇଯାଇଥିଲେ । ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତା ମିଳିନଥିଲା । ସନ୍ଧ୍ୟାରେ ଏକ କୂଅ ପାଖରେ ତାଙ୍କ ଚପଲ ଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ପୁଲିସ ପହଁଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସପିଟାଲ ପଠାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024