ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଚାରେ ଭାଇରାଲ ଭିଡ଼ିଓ । ଏଥରକ କଲେଜ ଛାତ୍ରୀ କିମ୍ବା ଆଉ କାହାର ନୁହଁ ବରଂ ଜଣେ ସେଲିବ୍ରେଟିଙ୍କ ଭିଡିଓ ଭାଇରାଲ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ୧ମିନିଟ ୭ ସେକେଣ୍ଡର ଏହି ଭିଜୁଆଲରେ ରହିଛନ୍ତି ଜଣେ ସୁପରିଚିତ ଟିଭି କଳାକାର । ତେବେ ଏହା କେତେଦୂର ସତ ତାହା ଜଣାପଡୁନାହିଁ । କିନ୍ତୁ ଏହି ଭାଇରାଲ ଭିଡ଼ିଓରେ ତାଙ୍କର ସମ୍ପୃକ୍ତି ଥିବା ଦାବି କରାଯାଉଛି ।
ସେପଟେ ଏହି ଘଟଣା ପଦାକୁ ଆସିବା ପରେ ସବୁଠି ହଇଚଇ ସୃଷ୍ଟି ହୋଇଛି । ଶୁଣିବାକୁ ଏହି କଳାକାରଙ୍କ ପୁରୁଷ ବନ୍ଧୁ ଭିଡ଼ିଓ ଭାଇରାଲ କରିଛନ୍ତି । ଘଟଣାଟି ଏହପରି । ଟିଭି ଅଡିସନରେ ଚୟନ ପୂର୍ବରୁ ଯୁବତୀ ଜଣଙ୍କ ପ୍ରେମ କରୁଥିଲେ । ହେଲେ ଚୟନରେ ପ୍ରଥମ ହେବା ପରେ ସେ ଆଉ ତାଙ୍କ ପୁରୁଷ ବନ୍ଧୁଙ୍କୁ ଧରାଛୁଆଁ ଦେଇନଥିଲେ । ଯଦିଓ ପୁରୁଷ ବନ୍ଧୁ ତାଙ୍କୁ ଲଗାତାର ନିବେଦନ କରିଥିଲେ କିନ୍ତୁ ଏହାର କୌଣସି ପ୍ରଭାବ ପଡିନଥିଲା ଯୁବତୀଙ୍କ ଉପରେ । ଫଳରେ ରାଗ ରଖି ତାଙ୍କ ପାଖରେ ଥିବା ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡ଼ିଓକୁ ଭାଇରାଲ କରିଛନ୍ତି ।
କେବଳ ଏତିକି ନୁହେଁ ଭିଡ଼ିଓଟି ୪ବର୍ଷ ତଳର ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଜଣେ ସେଲିବ୍ରେଟିଙ୍କ ଭିଡ଼ିଓ ଭାଇରାଲ ଘଟଣା ଏବେ ଚାରିଆଡେ ଚହଳ ପକାଇବା ସହ କେହି କେହି ଏହାର ଅନ୍ୟଦିଗକୁ ମଧ୍ୟ ଇଙ୍ଗିତ କରୁଛନ୍ତି । ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଅନେକଙ୍କ ଆଙ୍ଗୁଳି ଉଠିଛି । ଏହାର ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ମତ ପ୍ରକାଶ ପାଇଛି ।