ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ଧମକ ଦେଲେ ଜଣେ କଏଦୀ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାରିଦେବାକୁ ଧମକ ଦେଲେ ଜଣେ ମାନସିକ ବିକାରଗ୍ରସ୍ତ କଏଦୀ । ଛତିଶଗଡର ବିଳାସପୁର କେନ୍ଦ୍ରୀୟ ଜେଲରେ ରହୁଥିବା ଜଣେ ମାନସିକ ବିକାରଗ୍ରସ୍ତ କଏଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାରିଦେବାକୁ ଧମକ ଦେଇ ଏକ ଚିଠି ଲେଖିଛନ୍ତି । ଖାଲି ସେତିକି ନୁହେଁ ସେ ଏହି ଚିଠି ଲେଖି ୫୦ କୋଟି ଟଙ୍କା ଦାବୀ ମଧ୍ୟ କରିଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
ଚିଠି ଲେଖିଥିବା କଏଦୀ ଜଣକ ୪୦ ବର୍ଷୀୟ ପୁଷ୍ପେନ୍ଦ୍ର ଚୌହାନ ବୋଲି ଜଣା ପଡିଛି । ସେ ବିଭିନ୍ନ ଛୋଟ ବଡ ଆପାରାଧିକ ମାମଲାରେ ସଂପୃକ୍ତ ଥିବା ବେଳେ ବ୍ୟାଙ୍କ ଡକାୟତିରେ ଲିପ୍ତ ହୋଇ ଜେଲ ଦଣ୍ଡ ଭୋଗୁଛନ୍ତି । ସେପଟେ ଏହି ଚିଠି ଓଡିଶା ସରକାରଙ୍କ ହସ୍ତଗତ ହୋଇଛି । ଛତିଶଗଡ ପୋଲିସ ମହା ନିର୍ଦ୍ଦେଶକ ଏନ .ଉପାଧ୍ୟାୟ ଙ୍କୁ ଏ ସମ୍ପର୍କରେ ଓଡିଶା ସରକାର ଜଣାଇ ସାରିଲେଣି । ତେବେ ଛତିଶଗଡ ପୋଲିସ ମହା ନିର୍ଦ୍ଦେଶକ ଏନ .ଉପାଧ୍ୟାୟ ଏହାର ତଦନ୍ତ ନିମନ୍ତେ ବିଳାଶପୁର ଏସପି ଆସିଫ ଶେଖଙ୍କୁ ଦାୟୀତ୍ୱ ଦେଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024