ପୁରୀ(ଏଟିଆର ବ୍ୟୁରୋ): ଭାରରେ ସିଏଏ ଓ ସିଏବିକୁ ନେଇ ପୁରା ଦେଶରେ ଦ୍ୱିମତ ଦେଖାଦେଇଥିବା ବେଳେ ହିନ୍ଦୁ ମୁସଲିମଙ୍କ ମଧ୍ୟରେ ଧର୍ମଗତ ଭେଦଭାବ ମଧ୍ୟ ଦେଖାଦେଇଛି ।
କେହି କେହି ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ବେଳେ ବହୁତ ଲୋକ ଏହି ଆଇନକୁ ସ୍ୱାଗତ ମଧ୍ୟ କରୁଛନ୍ତି । ଏପରି ପରିସ୍ଥିତିରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏହାକୁ ସ୍ୱାଗତ କରି ଭାରତକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରାଯିବା ପାଇଁ ଜାତିସଂଘ ପାଖରେ ନିଜ ଦାବି ଜଣାଇଛନ୍ତି ।
ଶଙ୍କରାଚାର୍ଯ୍ୟଙ୍କ କହିବା ଅନୁସାରେ ପୁରା ବିଶ୍ୱରେ ମୋଟ ୨୪୦ଟି ଦେଶ ରହିଛି ସେଥିମଧ୍ୟରୁ ଅନେକ ଖ୍ରୀଷ୍ଟିଆନ ଓ ମୁସଲିମ ଦେଶ ରହିଛି କିନ୍ତୁ ବହୁତ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ବି ପୁରା ବିଶ୍ୱରେ ଗୋଟିଏ ବି ହିନ୍ଦୁ ରାଷ୍ଟ୍ର ନାହିଁ । ସେଥିପାଇଁ ସେ ଜାତିସଂଘ ପକ୍ଷରୁ ଭାରତ ସହିତ ନେପାଳ ଓ ଭୁଟାନକୁ ମଧ୍ୟ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ ବୋଲି ସେ ମତ ଦେଇଛନ୍ତି ।