ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ପୌଷ ପୂର୍ଣ୍ଣମା । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ପୌଷ ପୂର୍ଣ୍ଣମା ଆଜି ମହାପ୍ରଭୁଙ୍କର ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ଏଥର ପୌଷପୂର୍ଣ୍ଣମାରେ ପୁଷ୍ୟାନକ୍ଷେତ୍ର ଯୋଗ ହେଉଥିବାରୁ ପୁଷ୍ୟାସ୍ନାନ ମହୋତ୍ସବ ଅନୁଷ୍ଠିତ ହେବ । ଆଜି ଶ୍ରୀଜୀଉଙ୍କୁ ପୁଷ୍ୟାଭିଷେକ ହେବା ସହ ସୁନାବେଶ ମଧ୍ୟ ଅନୁଷ୍ଠିତ ହେବ । ରତ୍ନସଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି କରାଯିବା ପରେ ସୁନା ବେଶ ଅନୁଷ୍ଠିତ ହେବ ।
ଆଜି ଶ୍ରୀଜୀଉ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇଥିଲା । ତେଣୁ ପରମ୍ପରା ଅନୁଯାୟୀ ଆଜିର ଦିନରେ ଶ୍ରୀଜୀଉଙ୍କର ପୁଷ୍ୟାଭିଷେକ ନୀତି ପାଳନ କରାଯାଇଥାଏ । ସକାଳ ଧୂପ ନୀତି ସରିବା ପରେ ଶ୍ରୀଜଗନ୍ନାଥଙ୍କ ବାଡରେ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ ହେବ । ଅନ୍ୟପଟେ ଆଂଶିକ ଚନ୍ଦ୍ରଗ୍ରହଣ ଥିବାରୁ ଶ୍ରୀମନ୍ଦିରରେ ପୂଜା ନୀତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।