ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍) ଟପ୍ପର ହୋଇଛନ୍ତି ଓଡିଆ ପୁଅ ଅଂଶୁମାନ କାମିଲା । ଆଇଇଏସ୍ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରୁ ଅଂଶୁମାନ ଏକ ନମ୍ବର ସ୍ଥାନରେ ରହିଛନ୍ତି । ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ କଣ୍ଠଶିଳ୍ପୀ ମିତାଲି ଚିନାରାଙ୍କ ପୁଅ ହେଉଛନ୍ତି ଅଂଶୁମାନ ।
ଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ନିଜର ପାଠ ପଢା ଶେଷ କରି ଦିଲ୍ଲୀ ଷ୍ଟିଫେନ୍ କଲେଜରୁ ଇକୋନୋମିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଜେଏନୟୁରେ ଏମଫିଲ କରିଥିଲେ । ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ଅଂଶୁମାନ ଅଧିକ ପରିଶ୍ରମ କରିଥିଲେ ବୋଲି ସେ କହିଛନ୍ତି । ଏହା ସହ ତାଙ୍କ ସଫଳତାର ସମସ୍ତ ଶ୍ରେୟ ଗୁରୁଜନଙ୍କୁ ଦେଇଛନ୍ତି ।