ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକାଂଶ ମହିଳାଙ୍କର ଗର୍ଭାବସ୍ଥା ବା ମୋଟାପଣ ଯୋଗୁଁ ଷ୍ଟ୍ରେଚ ମାର୍କ ହୋଇଥାଏ । ଯାହା ଦେଖିବାକୁ ଖୁବ୍ ଅସୁନ୍ଦର ଦେଖାଯାଇଥାଏ । ଶରୀରରେ ପଡିଥିବା ଏହି ଷ୍ଟ୍ରେଚ୍ ମାର୍କରୁ ରକ୍ଷା ପାଇବା ପାଇଁ କଫି ବ୍ୟବହାର ଲାଭଦାୟୀ ହୋଇଥାଏ ।
ପ୍ରକୃତରେ ଲହୁଣୀ ତ୍ୱଚାକୁ ମଇଶ୍ଚରାଇଜର କରିବା ସହିତ ହାଇଡ୍ରେଟ ବି କରିଥାଏ, ମାତ୍ର କଫି ତ୍ୱଚାକୁଏକ୍ସଫୋଲିଏଟ କରିବା ସହ ତ୍ୱଚା ଟାଇଟନେସ୍ ଆଣିବାରେ କାର୍ଯ୍ୟ କରିଥାଏ । ଏହି ଦୁଇଟି ଜିନିଷ ମିଶି ଷ୍ଟ୍ରେଚ୍ ମାର୍କ କୁ ଦୂର କରିଥାନ୍ତି ।
ବ୍ୟବହାର କରିବାର ପ୍ରକ୍ରିୟା: ଗୋଟେ ଚାମଚ କଫି ସହିତ ଗୋଟେ ଚାମଚ ତରଳ କୋକୋ ବଟର ମିଶାଇ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାନ୍ତୁ । ଏହାପରେ ୧୦ ରୁ ୧୫ ମିନିଟ୍ ପାଇଁ ଏହି ପେଷ୍ଟକୁ ଧୀରେ ଧୀରେ ସ୍କ୍ରବ କରନ୍ତୁ । ପୁଣି ସେହି ସ୍କ୍ରବକୁ ହାଲୁକା ଗରମ ପାଣିରେ ଧୋଇ ଦିଅନ୍ତୁ । ଏଭଳି ସପ୍ତାହରେ ୩ ରୁ ୪ ଥର କରନ୍ତୁ ।
ବାଦାମ ପାଉଡର ଏବଂ ନଡିଆ ତେଲ ସହିତ କଫି: ବାଦାମ ପାଉଡର ସହିତ ନଡିଆ ତେଲ ଏବଂ କଫି ମିଶାଇ ଲଗାଇବା ଦ୍ୱାରା ତ୍ୱଚାରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ । ଯାହାଫଳରେ ଷ୍ଟ୍ରେଚ୍ ମାର୍କ କମ୍ ହୋଇଯାଏ ।