ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ସମସ୍ତେ ପବଜୀ ଖେଳରେ ମତୁଆଲା । ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଖେଳ ପଛରେ ପଡିଛନ୍ତି । ଏଥିପାଇଁ ଅନେକ ଦୁର୍ଘଟଣା ମଧ୍ୟ ହେଉଛି । ମାତ୍ର ଏବେ ପଞ୍ଜାବ-ହରିଆଣା ହାଇକୋର୍ଟର ଆଦେଶ କ୍ରମେ କେନ୍ଦ୍ର ସରକାର ପବଜୀ ବ୍ୟାନ୍ କରିବାକୁ ନେଇ ଆଲୋଚନା କରୁଛନ୍ତି । ଏନେଇ କେନ୍ଦ୍ରୀୟ ସଂଚାର ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟର ସାଇବର ଓ ଇ-ସିକ୍ୟୁରିଟି ନିର୍ଦ୍ଦେଶକ ଓ ବରିଷ୍ଠ ବୈଜ୍ଞାନିକ ଭି.କେ ତ୍ରିବେଦୀ ସୂଚନା ଦେଇଛନ୍ତି ।
ସେ ଚିଠି ମାଧ୍ୟମରେ କହିଛନ୍ତି କି, ପବଜୀ ବ୍ୟାନ୍ ହେବାକୁ ନେଇ ବିଚାର କରାଯାଉଛି । ଏହି ମାମଲାରେ ହାଇକୋର୍ଟର ଓକିଲ ଏଚସୀ ଅରୋଡା ,ପଞ୍ଜାବ ଏବଂ ହରିଆଣା ହାଇକୋର୍ଟରେ ପିଟିସନ୍ ଦାଖଲ କରି କୋର୍ଟକୁ ଦାବି କରିଥିଲେ କି କେନ୍ଦ୍ରକୁ ପବଜୀ ଗେମ୍ ବ୍ୟାନ୍ କରିବା ପାଇଁ ଆଦେଶ ଦିଆଯାଉ । ଏହା ଏଭଳି ଏକ ଖେଳ ଯାହା ପିଲାଙ୍କୁ ବିଗାଡି ଦେଉଛି ।
ପିଟିସନ୍ ଅନୁସାରେ, ପିଲାମାନେ ଘଣ୍ଟା ଘଣ୍ଟା ଧରି ଏହି ଗେମ୍ କୁ ଖେଳୁଛନ୍ତି । ସେଥିପାଇଁ ସେମାନଙ୍କ ଶାରିରୀକ ଏବଂ ମାନସିକ ବିକାସ ଧିମା ହୋଇଯାଇଥାଏ । ଏହି ଖେଳରେ ଖେଳାଳୀମାନେ ଅସ୍ତ୍ରଶସ୍ତ୍ର ଧାରଣ କରି ହିଂସ୍ର ହୋଇ ଅନ୍ୟ ଉପରେ ହମଲା କରିଥାନ୍ତି । ଯେଉଁଥିପାଇଁ ପିଲାଙ୍କ ମଧ୍ୟରେ ବି ହିଂସ୍ର ପ୍ରବୃତି ବଢିଥାଏ ।