ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିମାନବନ୍ଦରରୁ ପୁଣି ଧରାପଡିଲା ଚୋରାସୁନା । ଏହି ଚେରା ସୁନା ମାଲେସିଆରୁ ମଦୁରାଇ ଭାୟା ଭୁବନେଶ୍ୱର ଦେଇ ଚାଲଇ ହେଉଥିଲା । ଜଣେ ବ୍ୟକ୍ତି ହ୍ୟାଣ୍ଡବ୍ୟାଗରେ ଏହି ଚୋରା ସୁନା ନେଇ ଯାଉଥିବା ବେଳେ ଧରାପଡିଯାଇଥିଲେ । ୨୧୫ଗ୍ରାମ ଏହି ଚୋରା ସୁନାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କାର ହୋଇଥିବ । ଚେରା ସୁନା ନେଇ ଯାଉଥିବା ବେଳେ ଏୟାର ଇଣ୍ଟେରଲିଜେନ୍ସ ହାତରେ ଧରାପଡିଯାଇଥିଲେ ।
ତାଙ୍କ ନିକଟରୁ କଷ୍ଟମ ବିଭାଗ ୪୮ଖଣ୍ଟସୁନା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଜବତ କରିଥିଲା । ଚେରା ଚାଲଣ କରିଥିବା ଏହି ବ୍ୟକ୍ତଜଣକ ତାମିଲନାଡୁର ଏହି ବ୍ୟକ୍ତି ଏଜେଣ୍ଟ, ସ୍ମଗଲର ନା କମିଶନ ନେଇ ସ୍ମଗଲିଂ କରୁଥିଲେ ବୋଲି ଜଣାପଡିଛି । କଷ୍ଟମ ବିଭାଗ ଏହାର ଖୋଲତାଡ ଆରମ୍ଭ କରିଛି । ତେବେ ବାରମ୍ବାର ଭୁବନେଶ୍ୱର ଏୟାରପୋର୍ଟରୁ ଚୋରାସୁନା ଜବତ ହେବା ଫଳରେ ଏହା କଷ୍ଟମ ସଭିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।