ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ଏକ ବଡ ନିଷ୍ପତି ନିଆଯାଇଛି । ଏଣିକି ସରକାରୀ ଚାକିରୀ ପାଇଁ ଆବେଦନ କଲେ ଆବେଦନକାରୀଙ୍କ ଆଉ ଦେବାକୁ ପଡିବ ନାହିଁ ଜାତି ପ୍ରମାଣପତ୍ର ଓ ଆବାସିକ ପ୍ରମାଣ ପତ୍ର । ପୂର୍ବରୁ କୌଣସି ସରକାରୀ ଚାକିରି ପାଇଁ ଆବେଦନ କରୁଥିଲା ବେଳେ ଜାତି ପ୍ରମାଣ ପତ୍ର ଓ ଆବାସିକ ପ୍ରମାଣ ପତ୍ର ଦେବାକୁ ପଡୁଥିଲା । ତେବେ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଆବେଦନକାରୀ ମାନେ ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେଲେ ପରେ ଚୂଡାନ୍ତ ଚୟନ ବେଳେ ତାଙ୍କୁ ଜାତି ପ୍ରମାଣ ପତ୍ର ଓ ଆବାସିକ ପ୍ରମାଣ ପତ୍ର ଦାଖଲ କରିବାକୁ ପଡିବ ।
ତେବେ ଆବେଦନ କରିବା ସମୟରେ ଆବେଦନକାରୀ ମାନେ ଆଫିଡେଭିଡ ଦାଖଲ କରିପାରିବେ । ଏନେଇ ଆଜି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଯୋଗ୍ୟ ଥାଉ କି ଆବେଦନ କାରୀ ମାନେ ଓଡିଶା ଲୋକସେବା ଆୟୋଗ, ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ, ଓଡିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ବିଭିନ୍ନ ପଦବି ପୂରଣ ଚୟନ ନିମନ୍ତେ ଆବେଦନ ସମୟରେ ଆଫିଡେଭିଡ ଦେଇପାରିବେ ।