ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ରହିଛି । ଏହା ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ଓଡିଶା ଛୁଇଁଛି ମୌସୁମୀ । ଏହାର ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ।
ମୌସୁମୀ ପ୍ରଭାବରେ ଆଜି କୋରାପୁଟ,ମାଲକାନଗିରି, ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି । ଏ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆଜି ବଲାଙ୍ଗୀରୀରେ ସର୍ବାଧିକ ୩୯.୫ ଡିଗ୍ରୀ ସେଲସିଏସ ତାପମାତ୍ରା ପାଣିପ୍ଧଜ୍ଞ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି । ସେହିପରି ସମ୍ଭଲପୁରରେ ୩୮.୬ ଡିଗ୍ରୀ, ମାଲାକାନାଗିରିରେ ୩୮ ଡିଗ୍ରୀ ଓ ଭୁବନେଶ୍ୱରରେ ୩୬.୪ ଡିଗ୍ରୀ ସେଲସିଏସ ତାପମାତ୍ରା ରେକର୍ଡ କରାଯାଇଛି ।