ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ଲର୍ଣ୍ଣର୍ସ ଲାଇସେନ୍ସ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆଉ ଚିନ୍ତିତ ହେବାକୁ ପଡିବନି । ପୁର୍ବରୁ ଅନଲାଇନରେ ଲାଇସେନ୍ସ ପାଇଁ ଆବେଦନ ହେଉଥିଲେ ବି କାଗଜପତ୍ର ଭେରିଫିକେଶନ ପାଇଁ ବାରମ୍ବାର ଆରଟିଓ ଅଫିସ ଦୌଡିବାକୁ ପଡୁଥିଲା ।
ବର୍ତ୍ତମାନ ଅନଲାଇନରେ ଘରେ ବସି ସବୁ ଡକ୍ୟୁମେଣ୍ଟ ଅପଲୋଡ କରିହେବା ସହିତ ଅନଲାଇନରେ ଘୋଷଣା ପତ୍ର ସହିତ ସ୍ଳଟ ବୁକିଙ୍ଗ ସ୍ଳିପ ମଧ୍ୟ ପାଇପାରିବେ ।
ଆସନ୍ତା ଫେବୃଆରୀ ୧ରୁ ଏହି ସେବା ଇଣ୍ଟରନେଟରେ ଉପଲବ୍ଧ ହେବ ବୋଲି ରାଜ୍ୟ ପରିବହନ କର୍ତ୍ତୁପକ୍ଷ ସ୍ପଷ୍ଟ କରିଛନ୍ତି । ଏନେଇ ଏସଟି ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି ।
ତେବେ ଫାଇନାଲ ଭେରିଫିକେସନ ପାଇଁ ଥରେ ମାତ୍ର ଆରଟିଓ ଅଫିସ ଯାଇ ସବୁ ଓରିଜିନାଲ ଡକ୍ୟୁମେଣ୍ଟର ଯାଞ୍ଚ କରିବାକୁ ହେବ । ସ୍ଳଟ ମିଳିଥିବା ସମୟର ୪୫ମିନିଟ ପୂର୍ବରୁ ଆରଟିଓ ଅଫିସରେ ପହଞ୍ଚି ସବୁ କାଗଜପତ୍ର ଯାଞ୍ଚ ହେବା ସହିତ ସହଜରେ ଡ୍ରାଇଭିଙ୍ଗ ଓ ଲର୍ଣ୍ଣିଙ୍ଗ ଲାଇସେନ୍ସ ମିଳିଯିବ ।