ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ ଘୋଷଣା କରିଛନ୍ତି । ତେବେ ଏହି ଟ୍ରଷ୍ଟରେ ୧୫ଜଣ ସଦସ୍ୟ ରହିଥିବା ବେଳେ ଏହି ଟ୍ରଷ୍ଟରେ କିଏ କିଏ ସାମିଲ ହୋଇଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସଭିଙ୍କ ମନରେ ଉଠୁଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ସମ୍ପର୍କରେ ନିଜ ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି ।
श्री राम जन्मभूमि तीर्थ क्षेत्र ट्रस्ट में 15 ट्रस्टी होंगे जिसमें से एक ट्रस्टी हमेशा दलित समाज से रहेगा। सामाजिक सौहार्द को मजबूत करने वाले ऐसे अभूतपूर्व निर्णय के लिए मैं प्रधानमंत्री श्री @narendramodi जी को अनेक अनेक बधाई देता हूँ।
— Amit Shah (@AmitShah) February 5, 2020
କେନ୍ଦ୍ର ଗୃହମନ୍ତ୍ରୀ ଶାହା ଲେଖିଛନ୍ତି କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକ ଟ୍ରଷ୍ଟ ଗଠନ କରିଥିବା ବେଳେ ଏହାର ନାମ ‘ରାମଜନ୍ମଭୂମି ତୀର୍ଥ କ୍ଷେତ୍ର’ ରଖିଛନ୍ତି । ତେବେ ଏହି ଟ୍ରଷ୍ଟରେ ୧୫ଜଣ ସଦସ୍ୟ ରହିଛନ୍ତି । ଯେଉଁଥିରେ ଗୋଟିଏ ଦଳୀତ ସମାଜ ଟ୍ରଷ୍ଟୀ ରହିବେ । ଏହି ଟ୍ରଷ୍ଟ ମନ୍ଦିର ସହ ସମ୍ବନ୍ଧିତ ପ୍ରତ୍ୟେକ ନିର୍ଣ୍ଣୟ ପାଇଁ ସମ୍ପୂର୍ଣ୍ଣ ଭାବରେ ସ୍ଵତନ୍ତ୍ର ରହିବ। ୬୭ ଏକର ଭୂମି ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ। ମୋତେ ପୂର୍ଣ୍ଣ ରୂପରେ ବିଶ୍ଵାସ ରହିଛି ଯେ, ଲୋକମାନଙ୍କର ବର୍ଷ ବର୍ଷର ଅପେକ୍ଷାର ଅନ୍ତ ଘଟିବ।