ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଭାଲେଟାଇନ୍ସ ୱିକ୍ ର ପ୍ରଥମ ଦିନ ବା ରୋଜ୍ ଡେ । ଆଜି ରୋଜ୍ ବା ଗୋଲାପ ଦ୍ୱାରା ଅନେକ ପ୍ରେମୀଯୁଗଳ ନିଜ ପ୍ରେମ ଜାହିର ମଧ୍ୟ କରିଥିବେ । ଗୋଲାକୁ ପ୍ରେମର ପ୍ରତିକ ବୋଲି କୁହାଯାଏ । ତେବେ ଏହି ଗୋଲାପର ବାସ୍ନା ବା ସୁଗନ୍ଧରେ କେବଳ ପ୍ରେମ ବଢି ନଥାଏ, ଆହୁରି ଅନେକ ଫାଇଦା ମଧ୍ୟ ହୋଇଥାଏ ।
ଗୋଲାପର ବାସ୍ନା ପ୍ରାୟ ସମସ୍ତଙ୍କୁ ପସନ୍ଦ । ତେବେ ଗୋଲାପର ସୁଗନ୍ଧ ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ରିସର୍ଚ ଜର୍ନାଲ ‘ସାଇଣ୍ଟଫିକ ରିସର୍ଚ’ ରେ ପ୍ରକାଶିତ ଏକ ରିସର୍ଚ ଅନୁଯାଇ ଗୋଲାପର ସୁଗନ୍ଧ ଆମକୁ ଭଲ ନିଦ ଦେବାରେ ସହାୟକ ହୋଇଥାଏ । ଏଥି ସହିତ ପାଠ ପଢିବା ସମୟରେ ଗୋଲାପର ସୁଗନ୍ଧ ଏକାଗ୍ରତା ବଜାୟ ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।
ଗୋଲାପ ଫୁଲର ଆମକୁ ଅନେକ ପ୍ରକାରର ଫାଇଦା ଦେଇଥାଏ । ଗୋଲାପ ଜଳ ବିଭିନ୍ନ ରୋଷେଇରେ ବ୍ୟବହୃତ ହୋଇଥାଏ । ଏଥି ସହିତ ଗୋଲାପ ଜଳ ଆମ ତ୍ୱଚାକୁ ଉଜ୍ୱଳ କରିଥାଏ । ତେବେ ଗୋଲାପ ବାସ୍ନା ମଧ୍ୟ ଆମ ଶରୀର ପକ୍ଷେ ଏତେ ଉପକାରୀ ତାହା ବହୁତ କମ ଲୋକଙ୍କୁ ଜଣାଥିବ ।
ଦିନ ଯାକର ଥକାପଣ ପରେ ସବୁ ମଣିଷକୁ ରାତିରେ ଗୋଟିଏ ଭଲ ନିଦର ଆବଶ୍ୟକ ହୋଇଥାଏ । ଗୋଟିଏ ଭଲ ନିଦ ହିଁ ଗୋଟିଏ ଭଲ ଦିନର ଆରମ୍ଭରେ ସହାୟକ ହୋଇଥାଏ । ସେଥିପାଇଁ ଭଲ ନିଦ ଆମ ଶରୀର ପକ୍ଷେ ଅତ୍ୟନ୍ତ ଜରୁରୀ । ରାତିରେ ଶୋଇବା ସମୟରେ ଗୋଲାପର ଧୁପ ବା ରୁମ ଫ୍ରେସନର ର ବ୍ୟବହାର କରିବା ଦ୍ୱାରା ଗୋଟିଏ ଭଲ ନିଦ ପ୍ରାପ୍ତ ହୋଇପାରିବ ।