ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ସାବଧାନ । ଏବେ ଯଦି ଆପଣ ଆପଣଙ୍କ ପର୍ସନାଲ ମୋବଇଲ ନଂରୁ କର୍ମସିଆଲ କଲ୍ କରୁଛନ୍ତି ତେବେ ଆପଣଙ୍କ ନଂ ବ୍ଲାକଲିଷ୍ଟ ହୋଇପାରେ । ଏହାସହିତ ପ୍ରାଇମେରୀ ନଂ ରୁ କର୍ମସିଆଲ ମେସେଜ୍ ପଠାଇବା ଦ୍ୱାରା ବି ଆପଣଙ୍କ ନଂ ବନ୍ଦ ହେବାର ସମ୍ଭାବନା ରହିଛି । ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ପକ୍ଷରୁ ଏନେଇ ଗ୍ରାହକଙ୍କୁ ଚେତାବନୀ ଦିଆଯାଇଛି । ଅପରପକ୍ଷେ ବିଏସଏନଏଲ ବ୍ୟତିତ ପ୍ରାଇଭେଟ ଟେଲିକମ୍ କମ୍ପାନୀ ପକ୍ଷରୁ ବି ୟୁଜର୍ସଙ୍କୁ ଏଭଳି ନକରିବାକୁ ପରାମର୍ଶ ଦିଆଯାଇଛି ।
ଟେଲିକମ୍ କମ୍ପାନୀଙ୍କ କହିବାନୁଯାୟୀ,ଅନଲିମିଟେଡ୍ କଲିଂ ଅଫର ବ୍ୟବହାର କରୁଥିବା ୟୁଜର୍ସ ଯଦି ସେମାନଙ୍କର ପ୍ରାଇମେରୀ ନଂ କର୍ମସିଆଲ ବା ମାର୍କେଟିଙ୍ଗ କଲ କରୁଛନ୍ତି ତେବେ ତାଙ୍କ ନଂ କୁ ବ୍ଲାକଲିଷ୍ଟ ପକାଯିବ । ଯେଉଁମାନେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନଙ୍କୁ କର୍ମସିଆଲ ସେବା ଦେବା ବିରୋଧରେ ରହିଛି ଟେଲିକମ କମ୍ପାନୀ ।
ଟ୍ରାଇର ଟିସିସିସିପିଆର ୨୦୧୮ ରେ ଜାରି କରାଯାଇଥିବା ଏକ ଗାଇଡଲାଇନ୍ ମୁତାବକ, ବିଏସଏନଏଲ ୟୁଜର୍ସ ନିଜ ଲ୍ୟାଣ୍ଡଲାଇନ୍ କିମ୍ବା ମୋବାଇଲ ନଂ ରୁ କର୍ମସିଆଲ କଲ୍ କିମ୍ବା ମେସେଜ୍ କରି ପାରିବେ ନାହିଁ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦିଆଯାଇ ଟ୍ରାଇ ପକ୍ଷରୁ କୁହାଯାଇଛି କି , ଏଭଳି କଲ କରୁଥିବା ୟୁଜର୍ସଙ୍କୁ ନଂ ବ୍ୟବହାର କରୁବା ପାଇଁ ରୋକା ଯାଇପାରେ । ଏହାସହିତ ଆବଶ୍ୟକ ପଡିଲେ ନଂ ବି ବ୍ଲାକଲିଷ୍ଟ କରାଯାଇପାରେ ।
ଅପରପକ୍ଷେ କର୍ମସିଆଲ କଲ ରିସିଭ କରିବା କିମ୍ବା ନକରିବା ପାଇଁ ବିଏସଏନଏଲ ତାର ୟୁଜର୍ସଙ୍କୁ ପ୍ରେଫରେଂସ ସେଟ୍ କରିବା ପାଇଁ ଉପଦେଶ ଦେଇଛି ।
ନୂତନ ନିୟମକୁ ଲାଗୁ କରିବା ପାଇଁ ବିଏସଏନଏଲ ପକ୍ଷରୁ ଡିଏଲଟି ମାନେ (ଡିଷ୍ଟ୍ରିବୁଟେଡ ଲେଜର ଟେକ୍ନୋଲୋଜି) ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଯଦି କୌଣସି ଟେଲିମାର୍କେଟିଂ କିମ୍ବା ବିଜନେସ୍ କମ୍ପାନୀ ୟୁଜର୍ସଙ୍କୁ କର୍ମସିଆଲ କଲ୍ସ ଏବଂ ଏସଏମଏସ କରିବାକୁ ଚାହୁଁଛନ୍ତି । ସେଥିପାଇଁ ଏବେ ତାଙ୍କୁ ବିଏସଏନଏଲ ର ଡିଏଲଟି ପୋର୍ଟଲରେ ରେଜିଷ୍ଟର କରିବା ବାଧ୍ୟତାମୂଳକ । ପୋର୍ଟାଲରେ ରେଜିଷ୍ଟର କରିବା ପରେ ୟୁଜର୍ସ କେବଳ ଖାସ୍ ସିରିଜ୍ ନଂ ଏବଂ ଏସଏମଏସ ପାଇପ ବ୍ୟବହାର କରିପାରିବେ ।
ସେହିପରି ବିଏସଏନଏଲ ବ୍ୟତିତ ପ୍ରାଇଭେଟ କମ୍ପାନୀ ଯେପରିକି ଏୟାରଟେଲ, ଭୋଡାଫୋନ୍, ଆଇଡିଆ, ରିଲିଆନ୍ସ ଜିଓ ପକ୍ଷରୁ ବି ୟୁଜର୍ସଙ୍କୁ କର୍ମସିଆଲ କଲ୍ କରିବା ପାଇଁ ମନା କରାଯାଇଛି ।