ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାଧାରଣତଃ ଶୀତ ଦିନ ଆସିଲା ମାତ୍ରେ ପ୍ରତେକ ଲୋକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗୋଡରେ ମୋଜା ପିନ୍ଧି ଥାନ୍ତି । ମାତ୍ର ଅନେକ ଲୋକ ଅଛନ୍ତି ଯେଉଁମାନେ ଖରାଦିନେ ମଧ୍ୟ ମୋଜା ପିନ୍ଧନ୍ତି । ଏହା ବ୍ୟତୀତ ସ୍କୁଲ ପିଲା,ମହିଳା ଏବଂ ଅଫିସରେ କାର୍ଯ୍ୟରତ ଥିବା ବ୍ୟକ୍ତି ମଧ୍ୟ ନିୟମିତ ମୋଜା ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଲଗାତର ମୋଜା ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତୀ ହାନିକାରକ ହୋଇଥାଏ ।
ଏହାଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବରେ ହୁଏନାହିଁ । ତେବେ ଆସନ୍ତୁ ଜାଣିବା ନିୟମିତ ମୋଜା ପିନ୍ଧିବା ଦ୍ୱାରା ପାଦରେ କି କି ପ୍ରକାର କୁପ୍ରଭାବ ପଡିଥାଏ ।
– ପାଦ ଦରଜ ହେବା
– ପାଦ ଗଣ୍ଠି ଦରଜ ହେବା
– ପାଦ ଫୁଲିବା
– ପାଦ ଓଜନ ଲାଗିବା
– ବିରକ୍ତି ଅନୁଭବ ହେବା
ମୋଜା ପିନ୍ଧିବା ଦ୍ୱାରା ପାଦରୁ ବାହାରୁଥିବା ଝାଳ ସେହି ମୋଜାରେ ଭିଜି ଜାଇ ଥାଏ । ଯାହା ଦ୍ୱାରା ଜୀବାଣୁ ଜନ୍ମ ନେବା ସହ ପାଦରେ ସଂକ୍ରମଣ ହେବାର ଆଶଙ୍କା ଦେଖା ଦେଇଥାଏ । ଯାହାଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ।