ମୟୁରଭଞ୍ଜ(ଏଟିଆର ବୁରୋ): ଓଡ଼ିଶାର ଆଦିବାସୀ ମାନଙ୍କ ଭିତରେ ଆଜିବି ଏପରି କିଛି ଅନ୍ଧବିଶ୍ୱାସ ବଞ୍ଚି ରହିଛି ଯାହାକୁ ବିଶ୍ୱାସ ମଧ୍ୟ କରିହେବନି । ଅନେକ ଆଦିବାସୀ ଅଞ୍ଚଳରେ ଗୁଣିଗାରେଡି ଦ୍ୱାରା ରୋଗ ଭଲ ହେଉଥିବାର ଖବର ପ୍ରାୟ ସବୁବେଳେ ଆସିଥାଏ । କିନ୍ତୁ ବର୍ତ୍ତମାନର ଘଟଣା କୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ମୟୁରଭଞ୍ଜ ଜିଲ୍ଲାରେ ଏକ ୪-୫ବର୍ଷର କୁନି ଝିଅର ଅଶୁଭ ଲକ୍ଷଣ କୁ ଖଣ୍ଡନ କରିବା ପାଇଁ ତା ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତିୀ ହୋଇ ଛୋଟ ଝିଅଟିକୁ କୁକୁର ସଙ୍ଗେ ବାହା କରାଇଛନ୍ତି ।
କଥାଟି ଆଶ୍ଚର୍ଯ୍ୟ ଜନକ ହୋଇଥିଲେ ବି କଥାଟି ସତ । ଏହି ଆଦିବାସୀ ମାନଙ୍କର ମୁଖ୍ୟ ପର୍ବ ମଧ୍ୟରୁ ମାଗେ ପର୍ବ ଅନ୍ୟତମ । ଏହି ପର୍ବର ଶେଷ ଦିନରେ ଆଦିବାସୀ ମାନଙ୍କ ବିଶ୍ୱାସ କ୍ରମେ ବ୍ୟକ୍ତି ପାଖରେ ଥିବା ଅଶୁଭ ଲକ୍ଷଣ ସବୁକୁ ଖଣ୍ଡନ କରାଯିବାର ବିଧି ରହିଛି ।
ଏହି ବିଶ୍ୱାସ ପାଇଁ ଗାଁର ବୀଭିଷଣ ଚାତେରାଙ୍କ ଏକ ଦେଢ ବର୍ଷର ଶିଶୁ କନ୍ୟା ଟିର ଦୁଇଟି ବାହାଡା ଦାନ୍ତ ଥିବାରୁ ପରିବାର ଲୋକେ ଏହାକୁ ଅଶୁଭ ମନେ କରି ଛୋଟ ଝିଅଟିକୁ କୁକୁର ସଙ୍ଗେ ବାହା କରାଇଛନ୍ତି ।