ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପିରେ ମିଶିଲେ ଜଙ୍ଗଲଦସ୍ୟୁ ବିରାପ୍ପାନଙ୍କ ଝିଅ । ଗତକାଲି ତାମିଲ ନାଡୁରେ ହୋଇଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଦଳ୍ରୀ କର୍ମୀ ଓ ନେତାଙ୍କ ଉପସ୍ଥିତିରେ ପଦ୍ମନାଡ ଧରିଛନ୍ତି ବିରାପ୍ପାନଙ୍କ ଝିଅ ବିଦ୍ୟା ରାଣୀ । ସେ କାଲି ବିଧିବଧ ଭାବେ ବିଜେପିରେ ମିଶି ସପଥ ପାଠ କରିଛନ୍ତି । ଏହିୀ ଅବସରରେ ବିଦ୍ୟାରାଣୀ କରହିଛନ୍ତି ମୋ ବାପା ଯେଉଁ ରାସ୍ତାରେ ଚାଲୁଥିଲେ ତାହା ଭୁଲ ଥିଲା । ମାତ୍ର ସେ ଗରୀବଙ୍କୁ ସବୁବେଳେ ସମ୍ମାନ କରୁଥିଲେ ଏବଂ ଗରିବଙ୍କ କଥା ଚିନ୍ତା କରୁଥିଲେ । ମୁଁ ରାଜନୀତିକୁ ଆସିଛି ଗରିବଙ୍କ ସେବା କରିବାକୁ ଯାହା ମୋର ମୂଳ ଲକ୍ଷ୍ୟ । ସୂଚନାଯୋଗ୍ୟ ବିଦ୍ୟାରାଣୀ ହେଉଛନ୍ତି ଜଣେ ଓକିଲ ।
ସୂଚନାଯୋଗ୍ୟ ଗୋଟେ ସମୟରେ ବିରାପ୍ପାନ ଥିଲେ ଚନ୍ଦନ ଜଙ୍ଗଲର ରାଜା । ହାତୀ ଦାନ୍ତ ଠାରୁ ଆରମ୍ଭ କରି ଚନ୍ଦନ କାଠ ପର୍ଯ୍ୟନ୍ତ ସେ ସେବୁକୁ ସେ ବିକ୍ରି କରି ଦେଉଥିଲେ । ଦକ୍ଷିଣ ଭାରତରେ ଥିବା ଜଙ୍ଗଲ ଗୁଡିକରେ ତାଙ୍କର ରହିଥିଲା ଆଧିପତ୍ୟ । ତାଙ୍କୁ ନିହତ କରିବା ପାଇଁ ପୋଲିସ ବାରମ୍ବାର ଜନ୍ତା ବିଛାଉଥିଲେ ମଧ୍ୟ ସେ ସମସ୍ତଙ୍କୁ ଚକମା ଦେଇ ଖସି ଯିବାକୁ ସବୁବେଳେ ସକ୍ଷମ ହେଉଥିଲେ । ପରେ ୨୦୦୪ ମସିହାରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ତାଙ୍କୁ ମାରିବାରେ ସଫଳ ହୋଇଥିଲା ।