ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ହେଉଛି ଶ୍ରୀହରିଙ୍କର ଦିନ । ଏହି ଦିନ ଭଗବାନ ଭଗବାନ ବିଷ୍ଣଙ୍କୁ ପୂଜା କରାଯାଇଥାଏ । ଏହାସହିତ ଏହିଦିନ କଦଳୀ ଗଛକୁ ମଧ୍ୟ ପୂଜା କରାଯାଇଥାଏ । ମାନ୍ୟତା ରହିଛି କି ଏହିଦିନ ଏଭଳି କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ଭଗବାନଙ୍କ ଅପାର ଖୁସୀ ପ୍ରାପ୍ତ ହୋଇଥାଏ । ଯଦି ଆପଣ ଦୀର୍ଘ ଦିନ ହେବ କୌଣସି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଗୁରୁବାର ଦିନ କରନ୍ତୁ କିଛି ଖାସ୍ ଉପାୟ…
ଗୁରୁବାର ଦିନ ହଳଦିଆ ରଙ୍ଗର ଫୁଲ, ଚଣା ଡାଲି, ହଳଦିଆ ବସ୍ତ୍ର ଏବଂ ହଳଦିଆ ଚନ୍ଦନ ବ୍ୟବହାର କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ । ଅନେକ ଲୋକ ଗୁରୁବାର ବ୍ରତ ରଖିଥାନ୍ତି । କିନ୍ତୁ ଯେଉଁ ଲୋକ ବ୍ରତ କରି ପାରୁ ନାହାନ୍ତି ସେମାନେ କେବଳ ପୂଜା କରିପାରିବେ । ଏହାଦ୍ୱାରା ଶ୍ରୀହରିଙ୍କ କୃପା ଲାଭ ହୋଇଥାଏ ।
ଯେଉଁ ବ୍ୟକ୍ତି ଗୁରୁବାର ବ୍ରତ ରଖନ୍ତି, ସେମାନେ ଗୋଟେ ସମୟ ଭୋଜନରେ ହଳଦିଆ ରଙ୍ଗର କୌଣସି ଖାଦ୍ୟ ସେବନ କରନ୍ତୁ । ମାତ୍ର ଯେଉଁ ବ୍ୟକ୍ତି ବ୍ରତ ରଖୁ ନାହାନ୍ତି ସେମାନେ ହଳଦିଆ ଡାଲି ସେବନ କରିପାରିବେ । ଧ୍ୟାନ ରଖିଥିବେ କି ବ୍ରତଧାରୀ ଯେପରି ଗୁରୁବାର ଦିନ ଲୁଣ ସେବନ ନକରନ୍ତି ।
ଗୁରୁବାର ଦିନ ଯେକୌଣସି ବ୍ୟକ୍ତି ବ୍ରତ ରଖି ପାରିବେ । କିନ୍ତୁ ଶାସ୍ତ୍ର ଅନୁସାରେ ଏହି ବ୍ରତ ବିଶେଷ କରି ମହିଳାମାନେ ରଖିବା ଉଚିତ୍ । ଏହି ଦିନ ବ୍ରତ ରଖିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । କୁଆଁରୀ କନ୍ୟାଙ୍କର ଯଦି ବିବାହରେ ବିଳମ୍ବ ହେଉଥାଏ , ତେବେ ଏହି ବ୍ରତ ରଖିବା ଦ୍ୱାରା ତାଙ୍କର ବିବାହ ଯୋଗ ବହୁତ ଶୀଘ୍ର ଫିଟିଥାଏ ।
ଗୁରୁବାର ଦିନ ଗୋଟେ କଥା ଧ୍ୟାନ ରଖିଥିବେ କି ଭଗବାନଙ୍କୁ କଦଳୀ ଅର୍ପଣ କରିବା । ସେଥିପାଇଁ ବ୍ରତଧାରୀ ମାନେ ଏହିଦିନ କଦଳୀ ସେବନ କରିବା ଉଚିତ୍ ନୁହେଁ । ଏହାସହିତ ଏହିଦିନ ମନ୍ଦିର ଯାଇ ଚଣା ଡାଲି ଏବଂ କେସର ଦାନ କରିବା ଦ୍ୱାରା ଶୁଭ ହୋଇଥାଏ ।