ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବାପ ଘରେ ମା ବୁଢୀ ଠାକୁରାଣୀ । ଜମୁଛି ମା ବୁଢୀଠାକୁରାଣୀଙ୍କ ଯାତ୍ରା । ଯାତ୍ରାର ଆଜି ୧୬ ଦିନ । ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି ମା । ମାଙ୍କର ଏହି ପ୍ରସିଦ୍ଧ ଯାତ୍ରା ଦେଖିବାକୁ ପୀଠରେ ଲାଗୁଛି ଭକ୍ତଙ୍କ ସମାଗମ । ଘଟ ପରିକ୍ରମା ସାଙ୍ଗକୁ ମାଙ୍କର ବିଭିନ୍ନ ବେଶ ଯାତ୍ରାର ମାହୋଲକୁ ଅଧିକ ଆକର୍ଷଣୀୟ କରୁଛି ।
ଦିନ ତମାମ ଅସ୍ଥାୟୀ ମଣ୍ଡପରେ ଲାଗୁଛି ଭକ୍ତଙ୍କ ଭିଡ । ସନ୍ଧ୍ୟା ହେଲେ ମା ପରିକ୍ରମା ପାଇଁ ବାହାରୁଛନ୍ତି । ଆଜି ମଧ୍ୟ ମା ଅସ୍ଥାୟୀ ମନ୍ଦିରରୁ ବାହାରି ବିଭିନ୍ନ ସାହି ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଏହାରି ମଧ୍ୟରେ ମାଆ ଦୋଲି ରଥକୁ ଉଦଘାଟନ କରିଛନ୍ତି । ମାନଶିକଧାରୀ ଦୋଳିରେ ବସି ଝୁଲୁଛନ୍ତି ।
ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଯାତ୍ରା କେଉଁ ଆବାହନ କାଳରୁ ରହି ଆସିଛି । ବିଶ୍ୱାସ ରହିଛି କି,ଅସ୍ଥାୟୀ ମନ୍ଦିରରେ ମା ବୁଢୀଠାକୁରାଣୀଙ୍କ ଦର୍ଶନ କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।