ଚେନ୍ନାଇ(ଏଟିଆର ବ୍ୟୁରୋ): ବଲିଉଡର ଖିଲାଡି ଅକ୍ଷୟ କୁମାର ନିଜର ଷ୍ଟଣ୍ଟ ଓ ଫିଟିନେସ ପାଇଁ ସଦାବେଳେ ଚର୍ଚ୍ଚାରେ ରହିନ୍ତି । ତେବେ ବର୍ତ୍ତମାନ ସେ ଚର୍ଚ୍ଚାରେ ଆସିବାର କାରଣ ହେଉଛି କିନ୍ନର ମାନଙ୍କ ଘର ତିଆରି କାମ ପାଇଁ ସେ ୧.୫ କୋଟି ଟଙ୍କା ଦେଇଛନ୍ତି । ଏହି ସମୟରେ ଫିଲ୍ମ ନିର୍ଦ୍ଦେଶକ ରାଘବ ଲରେନ୍ସ ଓ କିଛି କିନ୍ନର ଉପସ୍ଥିତ ଥିଲେ । ଏନେଇ ରାଘବ ନିଜ ଶୋଶିଆଲ ମିଡିଆରେ ଅକ୍ଷୟଙ୍କୁ ଦନ୍ୟବାନ ଦେବା ସହ କିଛି ଭାବବିହ୍ୱଲ ଲେଖା ଲେଖିଛନ୍ତି ।
Hai friends and fans, I would like to share one good news, Akshay kumar sir is donating 1.5 crores for building…
Raghava Lawrence ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಶನಿವಾರ, ಫೆಬ್ರವರಿ 29, 2020
ରାଘବ ଲେଖିଛନ୍ତି ଯେ, ମୁଁ ଏକ ଭଲ ଖବର ଜଣାଇବାକୁ ଚାହେଁ । ପ୍ରଥମ ଥର ପାଇଁ ଭାରତରେ ତିଆରି ହେବାକୁ ଯାଉଥିବା କିନ୍ନର ମାନଙ୍କ ଘର ନିର୍ମାଣ ପାଇଁ ଅକ୍ଷୟ କୁମାର ସାର ୧.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସମସ୍ତ ଜାଣିଛନ୍ତି ଲରେନ୍ସ ଚାରିଟେବୁଲ ଟ୍ରଷ୍ଟ ଶିକ୍ଷା, ଡାକ୍ତରୀ ଏବଂ ଶାରୀରିକ ଦକ୍ଷ ନୃତ୍ୟ ଶିଳ୍ପୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛି । ଆମ ଟ୍ରଷ୍ଟ ୧୫ତମ ବର୍ଷରେ ପହଞ୍ଚିଛି । ଏହି ଅବସରରେ ଆମେ କିନ୍ନର ମାନଙ୍କ ପାଇଁ ଘର ତିଆରି କରିବା ବ୍ୟବସ୍ଥା କରିବାର ଯୋଜନା କରିଛୁ । ଏଥିପାଇଁ ଆମେ ଜାଗା ଦେଇଛୁ । ହେଲେ ଘର ତିଆରି କରିବା ପାଇଁ ଆମକୁ ଏକ ସହାୟତ ହାତ ଦରାକାର ଥିଲା ।
ତେବେ ଅକ୍ଷୟ କୁମାରଙ୍କ ଅଭିନିତ ଲକ୍ଷ୍ମୀ ବମ ଫିଲ୍ମ ସୁଟିଂ ସେଟରେ ରାଘବ ଯାଇ ଅକ୍ଷୟଙ୍କ ସହ ଏହି ଯୋଜନା ବିଷୟରେ କଥା ହୋଇଥିଲେ । ଅକ୍ଷୟ ଏହି ଯୋଜନା କଥା ଶୁଣି ସଂଙ୍ଗେ ସଂଙ୍ଗେ ସାହାଯ୍ୟ କରିବା ପାଇଁ ରାଜି ହୋଇଯାଇଥିଲେ । ଏହା ସହ ୧.୫ କୋଟି ଟଙ୍କା ପ୍ରଦାନ କରିଥିଲେ । ତେବେ ବର୍ତ୍ତମାନ ଅକ୍ଷୟ ସାର କିନ୍ନର ମାନଙ୍କ ପାଇଁ ଓ ଆମ ମାନଙ୍କ ପାଇଁ ଭଗବାନ ସ୍ୱରୂପ ବୋଲି ରାଘବ ଲେଖିଛନ୍ତି । ଏହା ସହ ରାଘବ କିନ୍ନର ମାନଙ୍କ ତରଫରୁ ଅକ୍ଷୟ କୁମାରଙ୍କୁ ଧନ୍ୟବାନ ଦେଇଛନ୍ତି ।