ମୁମ୍ବାଇ(ଏଟିଆର ବ୍ୟୁରୋ): ଭଲ ପରିବାର ସହ ସଂପର୍କ ଯୋଡିବା ଏବଂ ଭଲ ସ୍ୱମୀ ଟିଏ ପାଇବା ସବୁ ଝିଅଙ୍କର ସ୍ୱପ୍ନ ଥାଏ । ସେ ସାଧାରଣ ବ୍ୟକ୍ତି ହେଇଥାନ୍ତୁ କିମ୍ବା ସେଲିବ୍ରେଟି । ଆପଣମାନେ ଶୁଣିଥିବେ ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେଲିବ୍ରେଟି ମାନେ ୨ରୁ ୩ଥର ଭିନ୍ନ ଭିନ୍ନ ସ୍ଥାନରେ ବିବାହ କରିବା ସାଧାରଣ କଥା । କିନ୍ତୁ ଜଣେ ବ୍ୟକ୍ତିଙ୍କୁ ୩ଥର ବିବାହ କରିବା ଏହା ଆଶ୍ଚର୍ଯ୍ୟର କଥା । ଏହା ପଛରେ କାରଣ କଣ ହୋଇପାରେ? ଆଜ୍ଞା ହଁ,ଆମେ କହିବାକୁ ଯାଉଛୁ ୭୦ ଦଶକର ହିଟ୍ ଅଭିନେତ୍ରୀ ମାଲା ସିହ୍ନାଙ୍କ ବିଷୟରେ । ଯାହାଙ୍କ ଅଭିନୟ ପାଇଁ ଏବେ ବି ଦର୍ଶକ ତାଙ୍କର ଦିୱାନା । ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ମାଲା ସିହ୍ନାଙ୍କ ବିଷୟରେ..
ଯେତେବେଳେ ମାଲାଙ୍କୁ ୧୬ ବର୍ଷ ହୋଇଥିଲା । ସେତେବେଳେ ସେ ଆକାଶବାଣୀ କୋଲକତାରେ ଗୀତ ଗାଉଥିଲେ । ଏବଂ ସେଠାରେ ଜଣେ ସଂପର୍କୀୟ ତାଙ୍କୁ ଉପଦେଶ ଦେଇଥିଲେ ଯେ ଏଭଳି ପାଶ୍ୱର୍ବର୍ତ୍ତୀ ଗାୟିକା ହେବା ଅପେକ୍ଷା ଅଭିନୟ ପ୍ରତି ଧ୍ୟାନ ଦିଅନ୍ତୁ ଅଧିକ ସଫଳାତା ମିଳିବ । ତାପରେ ମାଲା ତାଙ୍କ ପିତାଙ୍କ ସହିତ ଏକ ଚିଠି ନେଇ ଏକ ଫିଲ୍ମ ନିର୍ମାତାଙ୍କ ପାଖକୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ପହଁଞ୍ଚିବାର ଏକ ଘଂଟା ପରେ ମାଲା ନିର୍ମାତାଙ୍କ ସହ ଭେଟିଥିଲେ । ଏବଂ ନିର୍ମାତା ତାଙ୍କୁ ଦେଖି କହିଥିଲେ ଯେ,ପ୍ରଥମେ ଆଇନା ଆଗରେ ନିଜର ମୁହଁ ଦେଖନ୍ତୁ ତାପରେ ହିରୋଇନ ହେବା କଥା ସ୍ୱପ୍ନରେ ଭାବିବେ । ନିର୍ମାତାଙ୍କ ଦ୍ୱାରା ଏହି ଭଳି ଅପମାନକୁ ମାଲା ଜୀବନରେ କେବେ ଭୁଲି ପାରିବେ ନାହିଁ ।
ମାଲା ବଲିଉଡରେ ପଥମେ ବଦ୍ଶାହା ଫିଲ୍ମରେ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କର ସେହି ଫିଲ୍ମଟି ଏତେଟା ସଫଳତା ହାସଲ କରିନଥିଲା । ଯାହାଫଳରେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ କଥା ଶୁଣିବାକୁ ପଡିଥିଲା । ଏହାପରେ ମାଲାଙ୍କୁ ୟଶ ଚୋପ୍ରାଙ୍କ ଏକ ଫିଲ୍ମରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା । ଯାହାପରେ ସେ ରାତାରାତି ଷ୍ଟାର ବନି ଯାଇଥିଲେ । ଏହି ଫିଲ୍ମ ପରେ ସେ ଅନେକ ବଡ ବଡ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଥିଲେ । ଏବଂ ସେ ବଲିଉଡରେ ଶତାଧିକ ଫିଲ୍ମ କରି ଦର୍ଶକଙ୍କୁ ଭେଟି ଦେଇସାରିଛନ୍ତି ।
ମାଲା ୧୬ ମାର୍ଚ୍ଚ ୧୯୬୮ରେ ତାଙ୍କ ସହ କଳାକାର ଚିଦାମ୍ବରମ ପ୍ରସାଦ ଲୋହନୀଙ୍କୁ ବିବାହ କରିଥିଲେ । ଖବର ମୁତାବକ ମାଲା ଜଣେ ବ୍ୟକ୍ତିଙ୍କୁ ତିନି ଥର ବିବାହ କରିଛନ୍ତି କାରଣ ତାଙ୍କ ପିତା ଜଣେ ଭାରତୀୟ ନେପାଳୀ ହୋଇଥିବାରୁ ସେ ପ୍ରଥମେ ରେଜିଷ୍ଟ୍ରି ବିବାହ, ଦ୍ୱିତୀୟରେ ଖ୍ରୀଷ୍ଟିଆନ ଧର୍ମ ଅନୁଯାୟୀ ଏବଂ ତୃତୀୟରେ ହିନ୍ଦୁ ଧର୍ମର ରିତୀ ନିତୀ ଅନୁଯାୟୀ ବିବାହ କରିଥିଲେ ।
ହୁଏତଃ ମାଲା ଏବେ ଲାଇମଲାଇଟରୁ ଦୁରେଇ ରହୁଛନ୍ତି । କିନ୍ତୁ ୨୦୧୩ରେ ମାଲାଙ୍କୁ ଦାଦା ସାହେବା ଫାଲ୍କେ ଆୱର୍ଡରେ ପୁରସ୍କୃତ କରାଯାଇଥିଲା ।