ଭୁବନେଶ୍ୱର,୧୨ା୨/(ବ୍ୟୁରୋ): ମୁଁ କନଷ୍ଟେବଳ ନୁହେଁ । କିଏ କହିଲା ମୁଁ କନଷ୍ଟେବଳ । ମୁଁ ସ୍ପେଶାଲ ସ୍କ୍ୱାଡ୍ ଷ୍ଟାଫ୍ । କମିଶନରେଟ୍ ପୁଲିସ୍ରେ ଥିବା ଜଣେ କନଷ୍ଟେବଳ ବର୍ତ୍ତମାନ ଚାରିଆଡେ ଏମିତି ଗାଇ ବୁଲୁଛନ୍ତି । ଆଉ ଏହାର ଭରପୂର ଫାଇଦା ମଧ୍ୟ ସେ ଉଠାଉଛନ୍ତି । ଏଟିଆର ସର୍ଭେ ଅନୁସାରେ, ଏହି କନଷ୍ଟେବଳ ଜଣଙ୍କ କେବେ ବି ଖାକିରେ ଦେଖାଯାନ୍ତାନି । ସବୁବେଳେ ସାଦା ପୋଷାକରେ ଥିବା ଏହି କନଷ୍ଟେବଳ ନିଜକୁ ଥାନା ଅଧିକାରୀଙ୍କଠୁ କିଛି କମ୍ ଭାବି ନଥାନ୍ତି ।
ଏକଥା ଆମେ ନୁହେଁ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାଖରେ ତାଙ୍କ ବାପା ଚାକିରି କରିଥିବା ଓ ସେହି ଖାଦିରେ କନଷ୍ଟେବଳ ଏମିତି କରୁଥିବା ନିଜେ ବାହାଷ୍ଫୋଟ ମାରନ୍ତି । ଏତିକି ନୁହେଁ ତାଙ୍କ ସାହାସ ଏତେ ବଢ଼ିଯାଇଛି ଯେ ଉପରିସ୍ଥ ଅଧିକାରୀଙ୍କୁ ବି ର୍ଦୁବ୍ୟବହାର କରିବାକୁ ସେ ପଛାଉ ନାହାନ୍ତି । ଯେତେବେଳେ ବି ଥାନା ଗାଡି ପାଟ୍ରୋଲିଂରେ ଯାଏ ଏହି କନଷ୍ଟେବଳ ସବା ଆଗରେ ନଜରକୁ ଆସନ୍ତି । କେହି ଚିହ୍ନନ୍ତୁ ବା ନଚିହ୍ନନ୍ତୁ କନଷ୍ଟେବଳ ଜଣଙ୍କ କିନ୍ତୁ ସବୁ ବେପାରୀଙ୍କ ହିସାବ ରଖିଛନ୍ତି । ଆଉ ନିଜ ଦବଦବାବରେ ଭଲ ଇନ୍କମ ମଧ୍ୟ କରୁଛନ୍ତି । ଏକଥା ନୁହେଁ ଯେ, ଏହି କନଷ୍ଟେବଳଙ୍କ ବିଷୟରେ ବରିଷ୍ଠ ଅଧିକାରୀ କିଛି ଜାଣି ନାହାନ୍ତି । ସମସ୍ତେ ଜାଣି ମଧ୍ୟ ଚୁପ୍ ରହିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି ।