ସମ୍ବଲପୁର(ଏଟିଆର ବ୍ୟୁରୋ):ପରୀକ୍ଷା ନଦେଇ ପାସ କରିବା ଆଶା ହେଲା କାଳ! ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୫ରୁ ଉର୍ଦ୍ଧ ଛାତ୍ରାଛାତ୍ରୀ । ଆଡମିଟ କାର୍ଡ ନଆସିବାରୁ ପରୀକ୍ଷା ଦେଇ ପାରିଲେନି । ଭୟରେ କଲେଜ କତ୍ତୃପକ୍ଷ ଫେରାର ହୋଇଯାଇଛନ୍ତି । ଆଉ କଲେଜ ଗେଟରେ ଝୁଲୁଛି ତାଲା । ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ସମ୍ବଲପୁର ଯମୁନାଦେବୀ ବେସରକାରୀ ମହାବିଦ୍ୟାଳୟରେ ।
ସୂଚନା ଅନୁସାରେ ୩୬ ଜଣ ଛାତ୍ରଛାତ୍ରୀ ୨ ବର୍ଷ ହେବ ଏଠାରେ ପତ୍ର ବିନିମୟ ପାଠ୍ୟକ୍ରମ ପାଇଁ ନାମ ଲେଖାଇ ଥିଲେ । ଏହା ସହ କଲେଜ କତ୍ତୃପକ୍ଷ ପରୀକ୍ଷା ନଦେଇ ପାସ କରିବା ପାଇଁ ପ୍ରତିଶୃତି ଦେଇ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଧିକ ଟଙ୍କା ନେଇଥିବାର ଅଭିଯୋଗ ହୋଇଛି । ତେବେ ଆଡମିଟ କାର୍ଡ ନଆସିବାରୁ ସବୁ ଘଟଣା ସାମ୍ନାକୁ ଆସିଛି । ଗତକାଲି ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ସୋନପୁର ଜିଲ୍ଲାର ସିଣ୍ଡେଲ କଲେଜରେ ପରୀକ୍ଷା ବ୍ୟବସ୍ଥା କରାଯାଇଛି ଓ ସେଠାରେ ଆଡମିଟ କାର୍ଡ ମିଳିବ ବୋଲି କତ୍ତୃପକ୍ଷ କହିଥିଲେ ।
ହେଲେ ଆଜି ଛାତ୍ରଛାତ୍ରୀ ମାନେ ସିଣ୍ଡେଲ କଲେଜ ଯାଇ ପହଞ୍ଚିବାରୁ ସବୁ ମିଛ ଧରାପଡି ଯାଇଛି । ଛାତ୍ରାଛାତ୍ରୀ ମାନେ ପରୀକ୍ଷା ଦେଇପାରି ନାହାନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସରାକରଙ୍କ ଏତେ ନିୟମା ବଳୀ ଭିତରେ କିଭଲି ଏମିତି ଏକ କଲେଜ ଚାଲିଥିଲା । ବର୍ତ୍ତମାନ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ । ଏଥି ପାଇଁ କିଏ ଦିୟୀ । ଏଭଲି ବିଭିନ୍ନ ପ୍ରକାର ପ୍ରଶ୍ନ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।