ମୁମ୍ବାଇ(ଏଟିଆର ବ୍ୟୁରୋ):କାଷ୍ଟିଂ କାଉଚ୍ ମାମଲାକୁ ନେଇ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରତିଦିନ ନୂଆ ନୂଆ ମୋଡ ଦେଖିବାକୁ ମିଳୁଛି । କିନ୍ତୁ ବଲିଉଡର ନୃତ୍ୟଗୁରୁ ସରୋଜ ଖାନ୍ ଏହି ମାମଲାକୁ ନେଇ ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି । ଯେଉଁଥି ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି ।
ସରୋଜ ଖାନଙ୍କର କହିବାର ଥିଲା ଯେ, କାଷ୍ଟିଂ କାଉଚ୍ ମାମଲା ବାବା ଆଦାମଙ୍କ ଜମାନରୁ ପ୍ରଚଳିତ ହୋଇ ଆସୁଛି । ଏଠାକାର ସମସ୍ତେ ଚାହାଁନ୍ତି ଏକ ଝିଅ ସହିତ କିପରି ସମୟ ବତାଇବେ । କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ଝିଅଙ୍କ ସହ ବଳାତ୍କାର କରି ଛାଡି ଦିଆ ଯାଏନାହିଁ । ବରଂ ପେଟ ପୋଷିବାକୁ ମଧ୍ୟ ଦିଆ ଯାଇଥାଏ ।
ସୂଚନା ଅନୁଯାୟୀ,ମହାରାଷ୍ଟ୍ରର ସାଙ୍ଗଲିରେ ଫ୍ୟୁଜନ ଡ୍ୟାନ୍ସ ଗୃପ ପକ୍ଷରୁ ଆୟୋଜନ କରାଯାଇଥିବା ଏକ ଡ୍ୟାନ୍ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରୋଜ ଖାନ୍ ଏଭଳି ବିବାଦୀୟ ବୟାନ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ,କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ପଛରେ ପଡନ୍ତୁ ନାହିଁ । ସଂପୁର୍ଣ୍ଣ ଝିଅମାନଙ୍କ ଉପରେ ନିର୍ଭର ସେମାନେ କ’ଣ ଚାହୁଁଛନ୍ତି । ସେଥିପାଇଁ କଦାପି ମନ୍ଦ ଉଦ୍ଦ୍ୟେଶରତ ବ୍ୟକ୍ତିଙ୍କ ସହ କାମ କର ନାହିଁ । ଯଦି ନିଜ ପାଖରେ କଳା ଅଛି ତେବେ ନିଜକୁ ଇଣ୍ଡଷ୍ଟ୍ରିରେ ବିକ୍ରି କରିବାର କୌଣସି ଆବଶ୍ୟକ ନାହିଁ ।
ଏହି କାଷ୍ଟିଂ କାଉଚ୍ ମାମଲା କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ହେଉନାହିଁ । ବରଂ ସରକାରୀ କ୍ଷେତ୍ରରେ ମଧ୍ୟ ହେଉଛି । ସେଥିପାଇଁ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ପଛରେ ପଡନ୍ତୁ ନାହିଁ । ଏହି ଇଣ୍ଡଷ୍ଟ୍ରି ଆମର ମା’ ଓ ବାପା ବୋଲି ସରୋଜ ଖାନ୍ ମତ ପ୍ରକାଶ କରିଥିଲେ ।
ତାଙ୍କର ଏହି ବୟାନ ପରେ ସୋସିଆଲ ମିଡିଆରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଏହାପରେ ସରୋଜ ଖାନ୍ ନିଜର ଭୁଲ ସ୍ୱୀକାର କରିଥିଲେ ।