ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିିଉଡ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ଆଜିକାଲି ଖୁବ୍ ଚର୍ଚ୍ଚାରେ । ଫିଲ୍ମଟିର ରିଲିଜ୍ ଡିସେମ୍ବର ୭ରେ ହେବାର ଥିଲା । କିନ୍ତୁ ବର୍ତ୍ତମାନ ଏହି ଫିଲ୍ମଟି ଦୁର୍ଗାପୂଜା ଅବସରରେ ମାନେ ଅକ୍ଟୋବର ୧୯ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି ।
ପ୍ରକୃତରେ ଫିଲ୍ମଟିର ରିଲିଜ୍ ତାରିଖ ବଦଳାଇବାର କାରଣ କ’ଣ ହୋଇପାରେ ? ଏହିଭଳି ଅନେକ ପ୍ରଶ୍ନ ଉଠିଛି ଦର୍ଶକଙ୍କ ମନରେ । ଶେଷରେ ଏହାର ଉତ୍ତର ରଖିଛନ୍ତି ନିର୍ଦ୍ଦେଶକ ବିପୁଳ ଅମୃତଲାଲ । ଡିସେମ୍ବର ୭ରେ ଅଜୟ ଦେବଗନଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘ଟୋଟାଲ ଧମାଲ’ ରିଲିଜ ହେବ । ସେହି ସମୟରେ ଅର୍ଜୁନ ଏବଂ ପରିଣିତିଙ୍କ ଲୋକପ୍ରିୟତା କମି ଯିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।
ନିକଟରେ ଅଜୟ ଦେବଗନଙ୍କ ଆଉ ଏକ ଫିଲ୍ମ ପୋଷ୍ଟର ସାମ୍ନାକୁ ଆସିଛି । ସେଥିରେ ଅଜୟଙ୍କ ବିପରୀତରେ ତବୁଙ୍କୁ ଦେଖିବାକୁ ମିଳିବ । ଏପର୍ଯ୍ୟନ୍ତ ଫିଲ୍ମଟିର ଟାଇଟଲ ସ୍ପଷ୍ଟ ହୋଇନାହିଁ ।
ଖବର ମୁତାବକ,୨୦୦୭ରେ ପରଦାକୁ ଆସିଥିବା ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନିତ ଫିଲ୍ମ ‘ନମସ୍ତେ ଲଣ୍ଡନ’ର ସିକ୍ୱେଲ ହେଉଛି ‘ନମସ୍ତେ ଇଂଲଣ୍ଡ’ ।