ଢ଼େଙ୍କାନାଳ,(ଏଟିଆର ବ୍ୟୁରୋ): ପୁଣି ଶୁଭ୍ରାଂଶୁ ଶତପଥୀଙ୍କ ଆଉ ଏକ ମହାନ କାର୍ଯ୍ୟ । ପାଳନ କରିବାକୁ ଯାଉଛନ୍ତି ବିଶ୍ୱ ପରିବେଶ ଦିବସ । ଯେଉଁଥିରେ ସାମିଲ ହୋଇଛନ୍ତି ଶତାଧିକ ଲୋକେ । ସିଧା କହିବାକୁ ଗଲେ ଏକ ମାନବ ଚେନ ମାଧ୍ୟମରେ ଶୁଭ୍ରାଂଶୁ ଦେଇଛନ୍ତି ସମାଜକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା । ପ୍ଲାଷ୍ଟିକ ବର୍ଜନ ସହ ପରିବେଶକୁ ସୁରକ୍ଷା କରିବା ଲାଗି ଯେଉଁ ପଦକ୍ଷେପ ଶୁଭ୍ରାଂଶୁ ନେଇଛନ୍ତି ତାକୁ ବାସ୍ତବରେ ପ୍ରଶଂସା କରିଛନ୍ତି ଅନେକ । ଏହି ଅବସରରେ ପରିବେଶ ସମ୍ପର୍କିତ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଉଦ୍ଦେଶ୍ୟ ଆଜିର ଯୁବପୀଢ଼ୀ ଓ କୁନିକୁନି ପ୍ରତିଭାଙ୍କ ମନରେ ପରିବେଶ ପ୍ରତି ଭଲପାଇବା କିପରି ବର୍ଦ୍ଧିତ କରାଯାଇପାରିବ ଏହା ମୂଳ ଲକ୍ଷ ବୋଲି ଏଟିଆରକୁ ସୂଚନା ଦେଇଛନ୍ତି ଶୁଭ୍ରାଂଶୁ । ୫ ଜୁନକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ୟୁଏନ ଏନଭୋରମେଣ୍ଟ ତରଫରୁ ସାରା ପୃଥିବୀରେ ୧ହଜାରରୁ ଅଧିକ ସ୍କୀକୃତି ସ୍ଥାନରେ ଏହି ଦିବସକୁ ପାଳନ କରାଯାଉଛି । ଯେଉଁଥିରୁ ବାଦ ପଡିନି ଓଡିଶା ।
୪ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଏହି ଦିବସକୁ ପ୍ରଥମ ଥର ଲାଗି ଢ଼େଙ୍କାନାଳରେ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡିଛନ୍ତି ଶୁଭ୍ରାଂଶୁ ଶତପଥୀ । ତାଙ୍କ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହେବ । ଶୁଭ୍ରାଂଶୁ ପୂର୍ବରୁ ବିଭିନ୍ନ ପରିବେଶ ସୁରକ୍ଷା ଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ର କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଖାସ ତାଙ୍କ ପାଇଁ ଭାରତର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ବାହାରେ ସୃଷ୍ଟି ହୋଇଛି କହିଲେ କିଛି ଭୁଲ ହେବନି । ଶୁଭ୍ରାଂଶୁଙ୍କ ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଇଛି ।
Manasmita Satpathy
Really proud of you Shubhranshu .
It was the hard time to take some strong steps towards our environment. And you started it at our own place Dhenkanal, really nice.
Good luck
Smruti Moharana
Great work Subhransu…keep it up & wish u best up luck