ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚିକିତ୍ସାରେ ଅବହେଳାକୁ ନେଇ କିମ୍ସ ହସପିଟାଲରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଯୋଗୁ ଅକାରଣେ ଚାଲିଗଲା ମା’ ଓ ଛୁଆର ଜୀବନ । ଏଭଳି ଅଭିଯୋଗ ଆଣି ମୃତକଙ୍କ ସମ୍ପର୍କୀୟ ହୋହାଲ୍ଲା କରିବା ସହ ଧାରଣା ଦେଇଛନ୍ତି । ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ବି ଏଯାବତ ଉତ୍ତେଜନା ଥମିନଥିବା ଜଣାପଡିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଟାଙ୍ଗିବନ୍ତ ଅଞ୍ଚଳର ଜଣେ ପ୍ରସୂତୀଙ୍କୁ ଗତ ୧୧ ତାରିଖରେ କିମ୍ସରେ ଭର୍ତ୍ତି କରାଯାଇଥିଲା । ଯଦିଓ ୧୨ ତାରିଖରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ କିନ୍ତୁ ୧୨ ତାରିଖରେ ସେ ସବୁଦିନ ଲାଗି ଆଖି ବୁଜିଥିଲେ । ଶିଶୁଟିର ଚିକିତ୍ସା ହସପିଟାଲରେ ଚାଲିଥିବା ବେଳେ ଆଜି ପୁଣି ଛୁଆଟିର ମୃତ୍ୟୁ ହୋଇଛି । ତେବେ ଚିକିତ୍ସାରେ ଅବହେଳା ଯୋଗୁ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପୂରା ଘଟଣାକୁ ନେଇ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ଲୋକେ ବାହାରେ ବସି ହୋହାଲ୍ଲା କରିବା ସହ ଧାରଣା ଦେଇଛନ୍ତି ।