ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ପୁଣି ବାଟହୁଡିଲା ପାକିସ୍ଥାନ । କଲା ଆଖି ବୁଜା ଗୁଳିମାଡ଼ । ଯେଉଁଥିରେ ଆଜି ୨ଜଣ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଜମ୍ମୁରେ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକିସ୍ଥାନ ସେନା ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ଏହି ଘଟଣା ଘଟିଛି ।
ମୃତ ଯବାନ ହେଲେ ଏଏସଆଇ ଏସଏନ ଯାଦବ ଓ କନଷ୍ଟେବଳ ଭି.କେ ପାଣ୍ଡେ । ତେବେ ଏହି ଘଟଣାରେ ମଧ୍ୟ ଭାରତ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ଜମ୍ମୁର ପ୍ରଗୱଲ ଅଞ୍ଚଳରେ ଥିବା ବିଏସଏଫ ପୋଷ୍ଟକୁ ଟାର୍ଗେଟ କରିଥିଲା ପାକିସ୍ଥାନ । ଆଖି ବୁଜା ଗୁଳିମାଡ଼ କରାଯାଇଥିଲା । ଯଦିଓ ପାଲଟା ଜବାବ ରଖିଥିଲା ଭାରତ କିନ୍ତୁ ପାକିସ୍ଥାନ ରେଞ୍ଜର୍ସ ଗୁଳିମାଡ଼ରେ ଆହତ ହୋଇଥିଲେ ୨ଜଣ ଯବାନ । ସେମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ନିଆଯାଇଥିଲେ ହେଁ ଶେଷରେ ସେମାନଙ୍କ ମୃତ୍ୟୁ ହୋଇଛି ।