ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅକ୍ଷୟ କୁମାର ନିଜ ଫିଟନେସ୍ ପ୍ରତି ସର୍ବଦା ଧ୍ୟାନ ଦେଇଥାନ୍ତି । ସେ ନିଜକୁ ଫିଟ୍ ରଖିବା ପାଇଁ ଖୁବ୍ ୱାର୍କଆଉଟ୍ କରିଥାନ୍ତି । କିନ୍ତୁ ଏବେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଅକ୍ଷୟ ତାଙ୍କ ୱାର୍କଆଉଟ୍ ରୁଟିନ୍ ରେ ପୋଲ ଡ୍ୟାନ୍ସ ସାମିଲ କରିଦେଇଛନ୍ତି ।
ମିଡିଆକୁ ସାକ୍ଷତ କରି ଅକ୍ଷୟ କହିଛନ୍ତି କି, ମୁଁ ପୋଲ ଡ୍ୟାନ୍ସ ଶିଖୁଛି । ମୁଁ ଏହାକୁ ଶିଖିବା ପାଇଁ ଏଇ ନିକଟରେ କ୍ଲାସେଜ୍ ନେବା ଆରମ୍ଭ କରିଛି । ଏହାକୁ ମୁଁ ବହୁତ ଉପଭୋଗ କରୁଛି । ପ୍ରତ୍ୟେକ ବସ୍ତୁ ପାଇଁ ସ୍କିଲ୍ ର ଆବଶ୍ୟକତା ହୋଇଥାଏ । ପୋଲ ଡ୍ୟାନ୍ସ ଏତେ ବି ସହଜ ନୁହେଁ ।
ସେ ଆହୁରି ମଧ୍ୟ କହିଛନ୍ତି, ଗୋଟେ ଟେକନିକ୍ ଥାଏ, ଯାହାଦ୍ୱାରା ପରଫେକ୍ସନ ଆସିଥାଏ । କୌଣସି ଫିଲ୍ମ ପାଇଁ ମୁଁ ପୋଲ ଡ୍ୟାନ୍ସ ଶିଖୁ ନାହିଁ । ମୁଁ ଏଥିପାଇଁ ଏହାକୁ ଶିଖୁଛି କାରଣ ଏହାକୁ ମୁଁ କେବେ ଜାଣିନଥିଲେ ।
ସୂଚନାଯୋଗ୍ୟ, ଅକ୍ଷୟଙ୍କ ଅପକମିଂ ଫିଲ୍ମ ସୂର୍ଯ୍ୟବଂଶୀ ମାର୍ଚ୍ଚ ୨୪ ରେ ମୁକ୍ତିଲାଭ କରିବ । ଫିଲ୍ମରେ ତାଙ୍କ ସହିତ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ୍ ଙ୍କୁ ଦେଖିବାକୁ ମିଳିବ ।