ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଆଉ ଜଣେ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ । ଫେସବୁକ ଆକାଉଣ୍ଟ ସହ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଆଉ ୨ଟି ଭିଡ଼ିଓ ଏବେ ମାର୍କେଟରେ ଘୁରି ବୁଲୁଛି । ଛାତ୍ରୀ ଜଣକ ଫେସବୁକରେ ନିଜ ହୋମଟାଉନ ଭୁବନେଶ୍ୱର ଉଲ୍ଲେଖ କରିଛନ୍ତି । ତେବେ କିଏ ଓ କାହିଁକି ଏହି ଭିଡିଓ ଭାଇରାଲ କରିଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏଠି ବି ସମାନ ଘଟଣା ନଜରକୁ ଆସୁଛି ।
ଛାତ୍ରୀ ଜଣଙ୍କ ନିଜ ପୁରୁଷ ବନ୍ଧୁ ସହ ବେଶ ହସ ମଜାକରେ ରହିଥିବା ଭିଡ଼ିଓରୁ ସ୍ପଷ୍ଟ ବାରି ହେଉଛି । ପ୍ରେମରେ ପ୍ରତାରଣା ଯୋଗୁ ଏହି ଘଟଣା ସାମ୍ନାକୁ ଆସିଥିବା ଶୁଣିବାକୁ ମିଳୁଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।
ସେପଟେ ୟାକୁ ମିଶାଇ ଗତ ମାସକ ଭିତରେ ୯ଟି ଭିଡ଼ିଓ ଭାଇରାଲ ହୋଇଛି । ଯାହା ପ୍ରମାଣ କରୁଛି ପୁଲିସର ସଚେତନତା ବାର୍ତ୍ତାକୁ ବାଏଁବାଏଁ ଉଡାଇ ଦେଉଛନ୍ତି ଯୁବପିଢ଼ୀ । ଏହା ଉପରେ କଡ଼ା ପଦକ୍ଷେପ ନେବାକୁ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।